Sat. Mar 7th, 2026

ଝାରପଡ଼ା ଜେଲ୍‌ ଗଲେ ଆଇଏଏସ୍‌ ଅଫିସର ବିଜୟ କେତନ

183 Views

ଭୁବନେଶ୍ୱର : ଜେଲ୍ ଗଲେ ଆଇଏଏସ୍‌ ଅଫିସର ବିଜୟ କେତନ ଉପାଧ୍ୟାୟ। ରିମାଣ୍ଡ ଅବଧି ସରିବା ପରେ ବିଜୟ କେତନଙ୍କୁ ଭୁବନେଶ୍ୱରର ଝାରପଡ଼ା ଜେଲକୁ ପଠାଇ ଦିଆଯାଇଛି।

ସୂଚନାଯୋଗ୍ୟ, ଗତ ୩୦ ତାରିଖରେ ଏକ ବିଲ୍‌ ପାସ୍‌ ପାଇଁ ଲକ୍ଷେ ଟଙ୍କା ଲାଞ୍ଚ ନେଉଥିବା ବେଳେ ଉଦ୍ୟାନକୃଷି ନିର୍ଦ୍ଦେଶକ ବିଜୟ କେତନ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ଏହାପରେ ଜାନୁଆରୀ ୧ ତାରିଖରେ ଭିଜିଲାନ୍ସ ବିଭାଗ ତାଙ୍କୁ ୬ ଦିନିଆ ରିମାଣ୍ଡରେ ନେଇଥିଲା।

ଲାଞ୍ଚ ନେଇ ଗିରଫ ହେବା ପରେ ୨୦୦୯ ବ୍ୟାଚ୍‌ର ଏହି ଆଇଏଏସ୍ ଅଫିସରଙ୍କୁ ସରକାର ଚାକିରିରୁ ନିଲମ୍ବନ କରିଥିଲେ।

By amfnews

Related Post