Tue. Mar 10th, 2026

ଜଡ଼ିବୁଟି ଚିକିତ୍ସାର କୁପରିଣାମ : ଗୋଟିଏ ପରିବାରର ୨ ଶିଶୁ ମୃତ, ଜଣେ ଗୁରୁତର

272 Views

ଥୁଆପାଲି/ସମ୍ବଲପୁର : ବରଗଡ଼ ଜିଲ୍ଲା ଭେଡ଼େନ ଥାନା ଚିଚିଣ୍ଡା ଗ୍ରାମର ଚମାରପଡ଼ାରେ ରହସ୍ୟଜନକ ଭାବେ ଗୋଟିଏ ପରିବାରର ୨ ଶିଶୁଙ୍କ ମୃତ୍ୟୁ ଘଟିଛି। ଅନ୍ୟ ଜଣେ ବୁର୍ଲା ମେଡିକାଲରେ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି। ମୃତ ଶିଶୁ ଦ୍ବୟ ହେଲେ ଗ୍ରାମର ଫକିର ମିରିଗ ଓ ପୂର୍ଣ୍ଣିମା ମିରିଗଙ୍କ ବଡ଼ଝିଅ ବୈଷ୍ଣବୀ (୫ ବର୍ଷ) ଓ ପୁଅ ବଜରଙ୍ଗୀ (୧ ବର୍ଷ)। ବୁର୍ଲା ମେଡିକାଲର ଶିଶୁ ରୋଗ ବିଭାଗରେ ସାନ ଝିଅ ଚୁମ୍‌କି (୩ ବର୍ଷ) ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛି। ଏକାଦିନରେ ଗୋଟିଏ ପରିବାରର ୨ ଶିଶୁଙ୍କ ମୃତ୍ୟୁ ଘଟଣା ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି।

ଏନେଇ ବୁର୍ଲା ମେଡିକାଲର ଶିଶୁ ରୋଗ ବିଭାଗ ଡାକ୍ତର ଭି.ଗୌତମଙ୍କୁ ଏସମ୍ପର୍କରେ ପଚାରିବାରୁ ଉଭୟ ଶିଶୁଙ୍କର ପୂର୍ବରୁ ମିଳିମିଳା ହୋଇଥିବା କହିଥିଲେ। ତେବେ ଏହି ସମୟରେ ଜଡ଼ିବୁଟି ଭଳି କୌଣସି ଜିନିଷ ଖାଇବା କାରଣରୁ ସେମାନଙ୍କର ଖାଦ୍ୟନଳୀ ବନ୍ଦ ହୋଇ ସେମାନଙ୍କର ପେଟ ଫୁଲିଯାଇଥିବା ସେ କହିଛନ୍ତି।

By amfnews

Related Post