Sun. Mar 8th, 2026

ଜେଲରୁ ବାହାରିବା ମାତ୍ରେ ନୀତିଶ କୁମାରଙ୍କୁ ଭେଟିଲେ ପୂର୍ବତନ ମନ୍ତ୍ରୀ ମଂଜୁ ବର୍ମା

245 Views

ପାଟନା: ବିହାରର ମୁଜଫରପୁର ବାଳିକା ଗୃହରେ ଜାମିନ୍‌ ପାଇବା ପରେ ପୂର୍ବତନ ମନ୍ତ୍ରୀ ମଂଜୁ ବର୍ମା ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ବାସଭବନରେ ପହଞ୍ଚିଥିଲେ। ବାଳିକା ଯୌନ ଶୋଷଣ ମାମଲାରେ ମଂଜୁଙ୍କ ସ୍ୱାମୀ ଚନ୍ଦ୍ରଶେଖର ବର୍ମା ଗିରଫ ହୋଇ ଜେଲରେ ଅଛନ୍ତି।

ଏଠାରେ ସୂଚନାଯୋଗ୍ୟ ଯେ ମୁଜଫରପୁର ବାଳିକା ଗୃହକାଣ୍ଡରେ ଚନ୍ଦ୍ରଶେଖର ବର୍ମାଙ୍କ ସଂପର୍କ ମୁଖ୍ୟ ଅଭିଯୁକ୍ତ ବ୍ରଜେଶ ଠାକୁରଙ୍କ ସହିତ ରହିଥିବା ଜଣାଯିବାପରେ ଚନ୍ଦ୍ରଶେଖରଙ୍କ ଚେରିୟାର ବାରିୟାପୁରସ୍ଥିତ ଶ୍ରୀପୁର ଗାଆଁର ଏକ ଘରେ ଅବୈଧ ଅସ୍ତ୍ରଶସ୍ତ୍ର ଜବତ କରାଯାଇଥିଲା। ଏହାପରେ ସିବିିଆଇ ଆର୍ମସ ଆକ୍ଟ ଧାରାରେ ମଂଜୁ ବାବା ଓ ତାଙ୍କ ସ୍ୱାମୀ ଚନ୍ଦ୍ରଶେଖର ବର୍ମାଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଥିଲା। ମଂଜୁ ବର୍ମା ପାଟନା ଉଚ୍ଚ ନ୍ୟାୟାଳୟରେ ଆଗୁଆ ଜାମିନ୍‌ ଆବେଦନ କରିଥିଲେ,ମାତ୍ର ସେମାନଙ୍କର ଖାରଜ ହୋଇଥିଲା।

ପରେ ସେ ଦୁହେଁ କିଛି ମାସ ଯାଏଁ ଫେରାର୍‌ ହୋଇ ଯାଇଥିଲେ। ଅବଶ୍ୟ ପରେ ଉଭୟେ ନ୍ୟାୟାଳୟରେ ଆତ୍ମ ସମର୍ପଣ କରିଥିଲେ। ତେବେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଭେଟିବା ପଛରେ କି କାରଣ ଥିଲା ତାହା ଜଣାପଡ଼ିନାହିଁ।

By amfnews

Related Post