Mon. Nov 25th, 2024

ଜେଟଲୀଙ୍କ ସଙ୍କେତ, ଉପସ୍ଥାପନ ହେବ ମଧ୍ୟବର୍ତିକାଳୀନ ବଜେଟ

By amfnews Jan 18, 2019 #Featured
333 Views

ନୂଆଦିଲ୍ଲୀ, ଜାନୁଆରୀ ୧୮ : ଫେବୃୟାରୀ ୧ରେ ଉପସ୍ଥାପନ ହେବାକୁ ଥିବା ବଜେଟ ଭୋଟ ଅନ ଆକାଉଂଟ ବଦଳରେ ଏକ ମଧ୍ୟବର୍ତକାଳୀନ ଅର୍ଥ ବଜେଟ ଉପସ୍ଥାପନ ହେବ ଯେଉଁଥିରେ ବହୁ ମହତ୍ୱପୂର୍ଣ୍ଣ ଘୋଷଣା କରାଯିବ ବୋଲି ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ ସ୍ପଷ୍ଟ କରିଛନ୍ତି । ଏହି ବଜେଟରେ କୃଷକ, ମଧ୍ୟମ ବର୍ଗ ଏବଂ ବେରୋଜଗାରୀଙ୍କ ପାଇଁ ବହୁ ମହତ୍ୱପୂର୍ଣ୍ଣ ଘୋଷଣା ହୋଇପାରେ ବୋଲି ଏକ ଟିଭି ଚ୍ୟାନେଲ ଦ୍ୱାରା ଆୟୋଜିତ ଆୱାର୍ଡ କାର୍ଯ୍ୟକ୍ରମରେ ଜେଟଲୀ କହିଛନ୍ତି ।

ତେବେ ଆମେରିକାରେ ଚିକିତ୍ସିତ ହେଉଥିବା ଅରୁଣ ଜେଟଲୀ ନିଜେ ବଜେଟ ଉପସ୍ଥାପନ କରିବେ ବୋଲି ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି କି, ନିର୍ବାଚନ ସମୟରେ ଶେଷ ବଜେଟକୁ ମଧ୍ୟବର୍ତିକାଳୀନ ବଜେଟ ରୂପରେ ଉପସ୍ଥାପନ କରିଛନ୍ତି । ଏଥିରେ କୃଷକଙ୍କ ପାଇଁ ବହୁ ବଡ ନିଷ୍ପତି ନିଆଯାଇ ପାରେ ।

ଜେଟଲୀ ପୁଣି କହିଛନ୍ତି କି, ଖାଦ୍ୟ ପଦାର୍ଥର ଦାମ୍ ଲଗାତର କମିବାରେ ଲାଗିଛି । ଏହା ଏକ ଚିନ୍ତାର ବିଷୟ । ଏହା ଦ୍ୱାରା କୃଷକଙ୍କର ଆମଦାନୀ କମି ଯାଉଛି । ଯଦି କୃଷକଙ୍କୁ ସେମାନଙ୍କର ଉଚିତ୍ ପ୍ରାପ୍ୟ ନମିଳେ ତେବେ ସେମାରେ କ୍ଷେତି କରି ପାରିବେ ନାହିଁ । ସରପ୍ଲସ ଫୁଡ ଆମ ପାଇଁ ଏକ ଚ୍ୟାଲେଞ୍ଜର ବିଷୟ ଥିଲା । କିନ୍ତୁ କୃଷକମାନେ ସେମାନଙ୍କର ଉତ୍ପାଦନ ବଢାଉଛନ୍ତି ।

By amfnews

Related Post