Sun. Mar 8th, 2026

ଜେକେଏଲ୍‌ଏଫ୍‌ ମୁଖ୍ୟ ୟାସିନ୍‌ ମାଲିକ୍‌ଙ୍କୁ ତିହାର ଜେଲ୍‌ ଅଣାଗଲା, ଗୁରୁବାର ଦିନ ଏନ୍‌ଆଇଏ ଅଦାଲତରେ ହାଜର କରାଯାଇପାରେ

322 Views

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀର ଲିବରେସନ୍‌ ଫ୍ରଣ୍ଟ୍‌ର (ଜେକେଏଲ୍‌ଏଫ୍‌) ମୁଖ୍ୟ ୟାସିନ୍‌ ମାଲିକଙ୍କୁ ଜମ୍ମୁର କୋଟ୍‌ ବାଲ୍‌ଓ୍ଵାଲ୍‌ ଜେଲ୍‌ରୁ ନେସ୍‌ନାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଏଜେନ୍‌ସି (ଏନ୍‌ଆଇଏ) ମଙ୍ଗଳବାର ରାତିରେ ନୂଆଦିଲ୍ଲୀର ତିହାର ଜେଲ୍‌କୁ ଆଣିଛି। ଗୁରୁବାର ଦିନ ତାଙ୍କୁ ଏନ୍‌ଆଇଏ ଅଦାଲତରେ ହାଜର କରାଯିବ ବୋଲି ଆଶା କରାଯାଉଛି।

ଆତଙ୍କ-ନିରୋଧୀ ଆଇନ୍‌ ବଳରେ ଜେକେଏଲ୍‌ଏଫ୍‌କୁ ନିଷିଦ୍ଧ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେବା ପରେ ପିଏସ୍‌ଏ ଅଧୀନରେ ମାଲିକଙ୍କୁ ଗିରଫ କରାଯାଇଥିଲା। ଗୃହ ସଚିବ ରାଜୀବ ଗୌବା କହିଥିଲେ ଯେ ଜେକେଏଲ୍‌ଏଫ୍‌ ଗୋଟାଏ ବିଚ୍ଛିନ୍ନତାବାଦୀ ସଙ୍ଗଠନ ଏବଂ ଆତଙ୍କବାଦ ବିରୋଧରେ ଜିରୋ ଟଲେରାନ୍‌ସ୍‌ ନୀତି ଯୋଗୁଁ ଏହାକୁ ନିଷିଦ୍ଧ କରିବାକୁ କେନ୍ଦ୍ର ସ୍ଥିର କରିଛି।

ଗୌବା ମଧ୍ୟ କହିଥିଲେ କି, ମାଲିକ କଶ୍ମୀରୀ ପଣ୍ଡିତ ଗଣସଂହାର ମାଷ୍ଟର୍‌ମାଇଣ୍ଡ୍‌ ଏବଂ ଜମ୍ମୁ ଓ କଶ୍ମୀରରେ ୪ ଜଣ ବାୟୁସେନା ଅଧିକାରୀଙ୍କୁ ହତ୍ୟା କରାଯିବା ଘଟଣାରେ ସମ୍ପୃକ୍ତି ରହିଛି। ତାଙ୍କ ସଙ୍ଗଠନ କଶ୍ମୀରରେ ଆତଙ୍କବାଦୀମାନଙ୍କୁ ପାଣ୍ଠି ଯୋଗାଉଛି ବୋଲି ଦୋଷାରୋପ କରାଯାଇଥିଲା।

ଅଗଷ୍ଟ ୧୯୮୮ ମସିହାରେ ଜେକେଏଲ୍‌ଏଫ୍‌ ପ୍ରଥମ ଆତଙ୍କବାଦୀ କାର୍ଯ୍ୟ ଆରମ୍ଭ କରି ତିନୋଟି ସରକାରୀ ଅଟ୍ଟାଳିକା ବିସ୍ଫୋରଣରେ ଧ୍ୱଂସ କରିଥିଲା।

By amfnews

Related Post