200 Views
ଭୁବନେଶ୍ବର, ଜାନୁଆରୀ ୦୮ : ବହୁଚର୍ଚ୍ଚିତ ପରୀ ହତ୍ୟା ମାମଲାରେ ଜୁଭେନାଇଲ ଜଷ୍ଟିସ ବୋର୍ଡରେ ନାବାଳକଙ୍କୁ ହାଜର କରାଯାଇଛି । ଅନୁଗୁଳର ବାଳସୁଧାର ଗୃହରୁ ଆଣି ସେଠାରେ ହାଜର କରାଯାଇଛି । ନାର୍କୋ ଆନାଲିସିସ ଟେଷ୍ଟ ଅନୁମତି ଦେବାକୁ ଏସଆଇଟି କରିଥିବା ଆବେଦନ ଉପରେ ଆଜି ଶୁଣାଣି ହେବ ।
ନୟାଗଡ଼ ପକସୋ କୋର୍ଟ ଅଭିଯୁକ୍ତକୁ ନାବାଳକ ଦର୍ଶାଇବା ସହ ନାର୍କୋ ଆନାଲିସିସ ଟେଷ୍ଟ ଅନୁମତି ପାଇଁ ଏସଆଇଟି କରିଥିବା ପିଟିସନକୁ ଜୁଭେନାଇଲ୍ ଜଷ୍ଟିସ ବୋର୍ଡଙ୍କ ପାଖକୁ ପଠାଇଥିଲେ । କୋର୍ଟ ଅନୁମତି ସହ ନାର୍କୋ ଟେଷ୍ଟ ପାଇଁ ଅଭିଯୁକ୍ତର ସହମତି ବି ଆବଶ୍ୟକ । ଯଦି ଏସଆଇଟି ପାଖରେ ମୂଳରୁ ନାବାଳକ ବିରୋଧରେ ସବୁ ପ୍ରମାଣ ଥିଲା ତେବେ ପୁଣି ନାର୍କୋ ଆନାଲିସିସ୍ ଟେଷ୍ଟ କରିବାର ତାତ୍ପର୍ଯ୍ୟତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।