Sat. Mar 7th, 2026

ଜୁନ୍ ୩୦ ଦିନ କିଂବା ତା’ ପୂର୍ବରୁ ରେଳଯାତ୍ରା ପାଇଁ ବୁକ୍ ହୋଇଥିବା ସମସ୍ତ ଟିକେଟ୍ ବାତିଲ କଲା ରେଳବାଇ

291 Views

ନୂଆଦିଲ୍ଲୀ: ଜୁନ୍ ୩୦ ତାରିଖ ଦିନ କିମ୍ବା ତା’ପୂର୍ବରୁ ଯାତ୍ରା ପାଇଁ ମାର୍ଚ ୨୫ ତାରିଖ ପୂର୍ବରୁ ବୁକ୍ ହୋଇଥିବା ସମସ୍ତ ଟିକେଟ୍‌ ବାତିଲ କରାଯାଇଥିବା କଥା ରେଳ ମନ୍ତ୍ରାଳୟ ଘୋଷଣା କରିଛି। ଏଥିପାଇଁ ସମ୍ପୃକ୍ତ ଯାତ୍ରୀମାନଙ୍କୁ ଟିକେଟ୍‌ ମୂଲ୍ୟ ବାବଦ ଅର୍ଥ ପୂର୍ଣ୍ଣ ଫେରସ୍ତ ଦିଆଯିବ।

୨୦୨୦ ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ରେଳ ଯାତ୍ରା ନିମନ୍ତେ କରୋନାଭାଇରସ୍ ଲକ୍‌ଡାଉନ୍‌ ଘୋଷଣା ପୂର୍ବରୁ ଲୋକମାନେ ବୁକ୍‌ କରିଥିବା ରିଜରର୍ଭେସନ୍ ପାଇଁ ମଧ୍ୟ ଏହି ବାତିଲ ବ୍ୟବସ୍ଥା ଲାଗୁ ହେବ।

କିନ୍ତୁ, ପ୍ରବାସୀ ଶ୍ରମିକମାନଙ୍କ ସ୍ଥାନାନ୍ତରଣ ନିମନ୍ତେ ଚଳଚଳ କରୁଥିବା ଶ୍ରମିକ ସ୍ବତନ୍ତ୍ର ରେଳ ପୂର୍ବ ପରି ଚଳାଚଳ କରିବ। ଏହାଛଡ଼ା ମେ ୧୨ ତାରିଖ ଦିନ ପୁନଃ ଚଳାଚଳ ଆରମ୍ଭ କରିଥିବା ୧୫ଟି ଆନ୍ତଃରାଜ୍ୟ ପାସେଞ୍ଜର୍ ଟ୍ରେନ୍ ରେଳ ମନ୍ତ୍ରାଳୟ ଘୋଷଣା ଦ୍ବାରା ପ୍ରଭାବିତ ହେବ ନାହିଁ। ସେଗୁଡ଼ିକ ବିନା ପରିବର୍ତ୍ତନରେ ଚଳାଚଳ କରିବ।

ଏଠାରେ ସ୍ମରଣ କରାଇ ଦିଆଯାଇ ପାରେ ଯେ ମାର୍ଚ ମାସରେ ପ୍ରଥମ ପର୍ଯ୍ୟାୟ ଲକ୍‌ଡାଉନ୍ ଘୋଷଣା ହେବା ପରେ ସମସ୍ତ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ ବାତିଲ କରାଯାଇଥିଲା। କେବଳ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ନିମନ୍ତେ ମାଲବାହୀ ଟ୍ରେନ୍ ଚଳାଚଳ କରୁଥିଲା।

By amfnews

Related Post