Tue. Dec 24th, 2024

ଜୁଏଲଙ୍କ ପ୍ରତିଶ୍ରୁତି ପରେ ପୂର୍ବତନ ସୈନିକଙ୍କ ବିକ୍ଷୋଭ ସାମୟିକ ସ୍ଥଗିତ

By amfnews Oct 28, 2018 #Featured
196 Views

ରାଉରକେଲା, ୨୮ା୧୦  : ପୂର୍ବତନ ସୈନକଙ୍କୁ ନିଯୁକ୍ତି ଦାବିରେ ୫୫ ଦିନ ଧରି ଚାଲିଥିବା ଆନ୍ଦୋଳନ ଆଜି ବିଶ୍ରା ଛକ ଠାରେ କଳାପତାକା ଓ ବ୍ୟାନର ଦେଖାଇ ବିକ୍ଷୋଭ ପ୍ରଦର୍ଶନ କରାଯାଉଥିବା ବେଳେ ସେଠାରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ପହଂଚି କେନ୍ଦ୍ର ଷ୍ଟିଲ ମନ୍ତ୍ରୀ ଓ ସେଲ ଚେୟାରମ୍ୟାନଙ୍କ ସହ ପୁର୍ବତନ ସୈନିକଙ୍କ ନିଯୁକ୍ତି ସମ୍ପର୍କରେ ଆଲୋଚନା କରିବେ ପ୍ରତିଶ୍ରୁତି ଦେବା ପରେ ଏହି ଆନ୍ଦୋଳନ ସାମୟିକ ଭାବେ ସ୍ଥଗିତ ରଖାଯାଇଥିବା ମେଜର ଅକ୍ଷୟ କୁମାର ସାମଲ ଜଣାଇଛନ୍ତି । ଜୁଏଲ ଓରାମଙ୍କ ସହିତ ଧିରେନ ସେନାପତି, ନିହାର ରାୟ ପ୍ରମୁଖ ଧାରଣା ସ୍ଥଳରେ ପହଞ୍ôଚଥିବା ବେଳେ ରାଉରକେଲାର ବିଭିନ୍ନ ସଂଗଠନ ଓ ଅନେକ ବୁଦ୍ଧିଜୀବି ସୁରମା ମିଶ୍ର, ବୈଦନାଥ ମିଶ୍ର, ପ୍ରମୋଦ ପ୍ରଧାନ, କୈଳାସ ସାହୁ ପ୍ରମୁଖ ଏହି ଆନ୍ଦୋଳନକୁ ସମର୍ଥନ ଜଣାଇଥିଲେ ।

ମନ୍ତ୍ରୀଙ୍କ ପ୍ରତିଶ୍ରୁତି ଅନୁଯାୟୀ ଆନ୍ଦୋଳନକୁ ସାମୟିକ ଭାବେ ସ୍ଥଗିତ ରଖାଯିବା ପରେ ଯଦି ପ୍ରତିଶ୍ରୁତି ପାଳନ ନ ହୁଏ ତେବେ ସଂଘ ତରଫରୁ ଆଇନର ଆଶ୍ରୟ ନିଆଯିବ ବୋଲି ସଂଘ ସାଧାରଣ ସମ୍ପାଦକ ନିର୍ମଳ କୁମାର ଦାସ ଜଣାଇଛନ୍ତି । ବର୍ତ୍ତମାନ ଆରଏସ୍ପି କର୍ତ୍ତୃପକ୍ଷଙ୍କ ଦ୍ୱାରା ବାହାରି ଥିବା ନିଯୁକ୍ତି ବିଜ୍ଞାପନରେ ପୂର୍ବତନ ସୈନିକଙ୍କ କୋଟାକୁ ଅନ୍ୟତ୍ର ବାଣ୍ଟି ଦେବାକୁ ବାହାରିଥିବା ବିଜ୍ଞାପନକୁ ପୂର୍ବତନ ସୈନିକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏହି ନିଯୁକ୍ତି କୋଟା କାର୍ଯ୍ୟକାରୀ ପାଇଁ ଦାବି କରି ସୈନିକମାନେ ଚଳାଇଥିବା ଆନ୍ଦୋଳନ ଓ ବିକ୍ଷୋଭକୁ ସାଧାରଣ ଜନତା, ବିଭିନ୍ନ ସାମାଜିକ ସଂଗଠନ ଓ ରାଜନୈତିକ ମହଲରୁ ବିପୁଳ ସମର୍ଥନ ମିଳିଥିଲେ ମଧ୍ୟ ଆରଏସ୍ପି କର୍ତ୍ତୃପକ୍ଷ ଓ ସ୍ଥାନୀୟ ପ୍ରଶାସନ ଆଜି ପର୍ଯ୍ୟନ୍ତ ଏଥିପ୍ରତି ଧ୍ୟାନ ଦେଉନାହାଁନ୍ତି । ତେବେ ସଂଘ ଚଳାଇଥିବା ଆନ୍ଦୋଳନକୁ ଗଣମାଧ୍ୟମ, ସାଧାରଣ ଜନତା ଓ ବିଭିନ୍ନ ସଂଗଠନପକ୍ଷରୁ ଦିଆଯାଇଥିବା ସମର୍ଥନକୁ ସଂଘ ପକ୍ଷରୁ ମେଜର ଅକ୍ଷୟ କୁମାର ସାମଲ ଧନ୍ୟବାଦ ଜଣାଇଛନ୍ତି ।

ଏହି ବିକ୍ଷୋଭରେ ଡ଼ି.ଏନ୍. ପଣ୍ଡା, ମୁରଲୀଧର ମହାନ୍ତ, ପ୍ରକାଶ ଚନ୍ଦ୍ର ପରିଜା, ସରୋଜ କୁମାର ପରିଡ଼ା, ଜୟନ୍ତ ବେରିହା, ଚକ୍ରାନ୍ତ ଜେନା, ମେଜର ଅକ୍ଷୟ ସାମଲ, ଧିରେନ୍ଦ୍ରନାଥ ପଣ୍ଡା, ରଣଜିତ ସିଂ, ସାଧବ ମହନ୍ତ, ବିନୋଦ ପଢିହାରୀ, କୃଷ୍ଣ ଚନ୍ଦ୍ର ପରିଡା, କ୍ଷୀରୋଦ ମହାପାତ୍ର, ସୁବେଦାର ଏକ୍କା, ତ୍ରିଲୋଚନ ପ୍ରଧାନ, ରଂଜିତ ସୁବେଦାର, ବିକ୍ରାନ୍ତ ବାହାଲିଆ, ହରି ଶର୍ମା, ଏଚ୍.ଏସ୍. ପାତ୍ର, ବଳଦେବ ବେହେରା, ସୁବେଦାର ଲାର୍କା, କେ.ସି. ସାମଲ, ଅରୁଣ ପାଣିଗ୍ରାହୀ, ପ୍ରଦୀପ ସାହୁ, ପି. ପାଣିଗ୍ରାହୀ, ଧନେଶ୍ୱର ଦାସ, ସୁବଳ ନାୟକ, ଏସ୍. ମାଥୟୁ, ବି.କେ. ହୋତା, ପ୍ରକାଶ ଚନ୍ଦ୍ର ପରିଜା, ଜି.ସି. ପଟ୍ଟନାୟକ, ସାଧାରଣ ସମ୍ପାଦକ ନିର୍ମଳ କୁମାର ଦାସଙ୍କ ସମେତ ଶତାଧିକ ସଭ୍ୟ ଉପସ୍ଥିତ ଥିଲେ ।

By amfnews

Related Post