Sun. Mar 8th, 2026
216 Views

ମୋହନା : ଗଜପତି ଜିଲ୍ଲା ମୋହନା ନିକଟରେ ଥିବା ବଣିକ ସଂଘ ଘରେ ପୁଲିସ୍ ଚଢ଼ଉ କରି ୩୯ ଜଣ ଜୁଆଡ଼ିଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ୨ଲକ୍ଷ ୫୭ ହଜାର ଟଙ୍କା ଓ ୨୯ଟି ମୋବାଇଲ ଜବତ କରାଯାଇଛି। ଅଭିଯୁକ୍ତମାନେ ମୋହନା, ଅଡବା ଓ ଲୁହାଗୁଡ଼ି ଅଞ୍ଚଳର ବୋଲି ଜଣାପଡ଼ିଛି।

ଗତକାଲି ସନ୍ଧ୍ୟାରେ ବଣିକ ସଂଘ ଘରେ ଜୁଆ ଖେଳ ଚାଲୁଥିବା ମୋହନା ପୁଲିସ୍ କୌଣସି ସୂତ୍ରରୁ ଖବର ପାଇଥିଲା। ଆଇଇଆଇସି ସୁଜିତ କୁମାର ନାୟକଙ୍କ ନେତୃତ୍ୱରେ ଏକ ଟିମ୍‌ ଚଢ଼ଉ କରି ୩୯ ଜଣ ଜୁଆଡିଙ୍କୁ ଗିରଫ କରିଥିଲା। ଆଜି ସେମାନଙ୍କୁ କୋର୍ଟଚାଲାଣ କରାଯିବ।

By amfnews

Related Post