Sat. Mar 7th, 2026

ଜୀବନର ପ୍ରଥମ ଟେଷ୍ଟରେ ମୟଙ୍କ ଅଗ୍ରଓ୍ଵାଲଙ୍କ ଅର୍ଦ୍ଧଶତକ, ଭାରତ-୧୨୩/୨

195 Views

ମେଲବର୍ଣ୍ଣର୍, ଡିସେମ୍ବର ୨୬  : ମେଲବର୍ଣ୍ଣର୍ କ୍ରିକେଟ୍‌ ଗ୍ରାଉଣ୍ଡରେ ବକ୍ସିଂ ଡେ’ ଟେଷ୍ଟ୍‌ ବୁଧବାରଠାରୁ ଆରମ୍ଭ ହୋଇଛି। ଆଡିଲେଡ୍‌ ଟେଷ୍ଟ ଭାରତ ଓ ପର୍ଥ ଟେଷ୍ଟ ଅଷ୍ଟ୍ରେଲିଆ ଜିତିବା ପରେ ମେଲବର୍ଣ୍ଣ ଟେଷ୍ଟର ରୋମାଞ୍ଚ ଯଥେଷ୍ଟ ବଢ଼ିଯାଇଛି। ତେବେ ପ୍ରଥମ ଦୁଇଟି ଟେଷ୍ଟରେ ପ୍ରାରମ୍ଭିକ ଯୋଡ଼ିଙ୍କ ବିଫଳତା ଭାରତକୁ ବିକଳ୍ପ ଚିନ୍ତା କରିବାକୁ ବାଧ୍ୟ କରିଥିଲା। ଦଳ ପାରମ୍ପରିକ ଭାବେ ଖେଳ ଦିନ ଚୁଡ଼ାନ୍ତ ଏକାଦଶ ନାମ ଘୋଷଣା ନ କରି ପୂର୍ବ ଦିନ ଘୋଷଣା କରିଥିଲା। ଆଉ ଦଳରେ ପ୍ରାରମ୍ଭିିକ ବ୍ୟାଟ୍ସମ୍ୟାନଭାବେ ମୟଙ୍କ ଅଗ୍ରଓ୍ଵାଲ ବ୍ୟାଟିଂ ଓପନ୍‌ କରିବା ପ୍ରାୟ ସ୍ପଷ୍ଟ ହୋଇଯାଇଥିଲା।

ଆଉ ଟିମ୍‌ ମ୍ୟାନେଜମେଣ୍ଟର ନିଷ୍ପତ୍ତିକୁ ଠିକ୍‌ ବୋଲି ପ୍ରମାଣିତ କରି ମୟଙ୍କ ଅଗ୍ରଓ୍ଵାଲ ଅଷ୍ଟ୍ରେଲିଆ ବୋଲିଂର ସଫଳ ମୁକାବିଲା କରି ପ୍ରଥମ ଟେଷ୍ଟରେ ହିଁ ଅର୍ଦ୍ଧଶତକ ହାସଲ କରିଛନ୍ତି। ମେଲବର୍ଣ୍ଣ ଗ୍ରାଉଣ୍ଡରେ ଟସ୍‌ ଜିଣଇ ଭାରତ ବ୍ୟାଟିଂ ନିଷ୍ପତ୍ତି ନେଇଥଇଲା। ମୟଭ୍କ ଅଗ୍ରଓ୍ଵାଲଙ୍କ ସହିତ ହନୁମା ବିହାରୀ ଭାରତୀୟ ପାଳି ଓପନ କରିଥିଷଳ। ତେବେ ୧୯ତମ ଓଭରରେ ଯେତେବେଳେ ଭାରତର ସ୍କୋର ୪୦ ରନ୍‌ ହୋଇଥିଲା ହନୁମା ବିହାରୀ ପ୍ୟାଟ୍‌ କୁମିନ୍ସଙ୍କ ବଲରେ ଫିଞ୍ଚଙ୍କୁ କ୍ୟାଚ୍‌ ଦେଇ ପାଭିଲିୟନ ଫେରିଥିଲେ।

ପରେ ମୟଙ୍କ ଅଗ୍ରଓ୍ଵାଲଙ୍କ ସହିତ ଆସି ସାମିଲ ହୋଇଥିଲେ ନିର୍ଭରଯୋଗ୍ୟ ବ୍ୟାଟ୍ସମାନ ଚେତେଶ୍ୱର ପୂଜାରା। ପୂଜାରା ଓ ମୟଙ୍କ ଯୋଡ଼ି ଦୃଢ଼ ବ୍ୟାଟିଂ କରି ୮୩ରନ୍‌ର ପାର୍ଟନରସିପ୍‌ କରିଛନ୍ତି। ମୟଙ୍କ ଅଗ୍ରଓ୍ଵାଲ ୭୬ରନ୍‌ କରି ଆଉଟ୍‌ ହୋଇଥିବା ବେଳେ ଚେତେଶ୍ୱର ପୂଜାରା ୩୩ ରନ୍‌ କରି ବ୍ୟାଟିଂ କରୁଛନ୍ତି। ଭାରତ ୫୪ ଓଭର ସୁଦ୍ଧା ଦୁଇଟି ଓ୍ଵିକେଟ ହରାଇ ସଂଗ୍ରହ କରିଛି ୧୨୩ ରନ୍‌।
ଭାରତ ୧୧: ମୟଙ୍କ ଅଗ୍ରୱାଲ, ହନୁମା ବିହାରୀ, ଚେତେଶ୍ୱର ପୂଜାରା, ବିରାଟ କୋହଲି (ଅଧିନାୟକ), ଅଜିଙ୍କ୍ୟ ରାହାଣେ, ରୋହିତ ଶର୍ମା, ଋଷବ ପନ୍ତ୍‌ (ଓ୍ଵିିକେଟରକ୍ଷକ), ରବୀନ୍ଦ୍ର ଜାଦେଜା, ମହମ୍ମଦ ସାମି, ଈଶାନ୍ତ ଶର୍ମା, ଯଶପ୍ରୀତ ବୁମ୍‌ରା)

By amfnews

Related Post