Tue. Dec 24th, 2024

ଜି-୨୦ ସମ୍ମିଳନୀ: ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ବୈଠକ କରିବେ ବିଶ୍ୱର ଶକ୍ତିଶାଳୀ ନେତା

By amfnews Nov 30, 2018 #Featured
173 Views

ବ୍ୟୁନର୍ସ ଆୟର୍ସ, ନଭେମ୍ବର ୩୦ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜି-୨୦ ଶିଖର ସମ୍ମିଳନୀରେ ଯୋଗଦେବାକୁ ୩ ଦିନିଆ ଗସ୍ତ କରିଛନ୍ତି । ମୋଦୀ ଗୁରୁବାର ଆର୍ଜେଣ୍ଟିନାର ରାଜଧାନୀ ବ୍ୟୁନର୍ସ ଆୟର୍ସ ପହଞ୍ଚିଛନ୍ତି । ଏହି ୩ ଦିନିଆ ଗସ୍ତ କାଳରେ ସେ ବିଶ୍ୱର ଶ୍ରେଷ୍ଠ ସ୍ତରର ନେତାଙ୍କୁ ଭେଟିବେ । ସେ ଦ୍ୱିପାକ୍ଷୀକ ଏବଂ ତ୍ରିପାକ୍ଷୀକ ବୈଠକରେ ଅଂଶଗ୍ରହଣ କରିବେ । ପ୍ରଧାନମନ୍ତ୍ରୀ ମୋଦୀ ସାଉଦୀ ଆରବ ପ୍ରିନ୍ସ ମହମ୍ମଦ ବିନ ସଲମାନ ଏବଂ ସଂଯୁକ୍ତ ରାଷ୍ଟ୍ରର ମହାସଚିବ ଆଣ୍ଟୋନିଆ ଗୁଟେରେସଙ୍କୁ ଭେଟିପାରନ୍ତି ।

କିଛି ବର୍ଷ ହେବ ସାଉଦୀ ଆରବ ଭାରତର ଏକ ମୂଲ୍ୟବାନ ସହଯୋଗୀ ଭାବରେ ଛିଡ଼ା ହୋଇଛି । ୟୁଏନ ମହାସଚିବ ଗୁଟେରେସ ସହିତ ୨ ମାସ ଭିତରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହା ହେଉଛି ୨ୟ ସାକ୍ଷାତକାର । ଜଳବାୟୁ ପରିବର୍ତ୍ତନ ନେଇ ମୋଦୀ ଏବଂ ଗୁଟେରେସଙ୍କ ମଧ୍ୟରେ ଆଲୋଚନା ହୋଇପାରେ । କାରଣ ଉଭୟ ନେତା ଜଳବାୟୁ ପରିବର୍ତ୍ତନକୁ ଅଧିକ ମହତ୍ୱ ଦେଇଥାନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ ଗୁରୁତ୍ୱପୂର୍ଣ୍ଣ ତ୍ରିପାକ୍ଷୀକ ବୈଠକରେ ଯୋଗ ଦେଇପାରନ୍ତି । ସେ ଜାପାନ, ଆମେରିକା ଏବଂ ଭାରତ ମଧ୍ୟରେ ହେବାକୁ ପ୍ରସ୍ତାବିତ ବୈଠକରେ ଅଂଶ ଗ୍ରହଣ କରିପାରନ୍ତି । ଏହା ବ୍ୟତୀତ ଭାରତ, ଋଷିଆ ଓ ଚୀନ ମଧ୍ୟରେ ତ୍ରିପାକ୍ଷୀକ ବୈଠକ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ଅଛି । ଏହି ବୈଠକ ଶୁକ୍ରବାର ୧୨ ବର୍ଷ ପରେ ହେବାର କାର୍ଯ୍ୟକ୍ରମ ରହିଛି । ମୋଦି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ଭେଟିବେ । ଦକ୍ଷିଣ ଚୀନ ସାଗର ନେଇ ଋଷିଆର ରାଷ୍ଟ୍ରପତି ଭ୍ଲାଦିମୀର ପୁତିନ, ଚୀନ ରାଷ୍ଟ୍ରପତିଙ୍କ ସହିତ ମୋଦୀ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।

By amfnews

Related Post