ରାଉରକେଲା, ୨୦ା୧୧ : ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଇନ୍ଦିରା ଗାନ୍ଧୀଙ୍କ ୧୦୧ତମ ଜନ୍ମ ଜୟନ୍ତୀ ଉତ୍ସବ ବିଭିନ୍ନ କାର୍ଯକ୍ରମ ମାଧ୍ୟମରେ ମହାସମାରୋହରେ ପାଳିତ ହୋଇଯାଇଛି । ପ୍ଲାଣ୍ଟସାଇଟ୍ ରୋଡ୍ସ୍ଥିତ ୰ଇନ୍ଦିରା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ଦଳୀୟ ନେତୃବୃନ୍ଦ ତଥା କର୍ମୀମାନେ ପହଞ୍ôଚ ସ୍ୱର୍ଗତ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ଜିଲା କଂଗ୍ରେସ ସଭାପତି ରବି ରାୟ ଯୋଗ ଦେଇ ପୁଷ୍ପ ମାଲ୍ୟାର୍ପଣ କରିଥିଲେ ।
ସେହିପରି ଦଳୀୟ କାର୍ଯ୍ୟାଳୟ ଠାରେ ଆୟୋଜିତ ସ୍ମୃତିଚାରଣ ସଭାରେ ଶ୍ରୀ ରାୟ ଅଧ୍ୟକ୍ଷତା କରିଥିଲେ । ସଭାରେ ବିଜେପି, ବିଜେଡିର ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ଏକ ଜନସମ୍ପର୍କ ଯାତ୍ରା କରାଯିବାକୁ ନିଷ୍ପତ୍ତି ଗ୍ରଗଣ କରାଯାଇଛି । ଉକ୍ତ ସଭାରେ ପୂର୍ବତନ ବିଧାୟକ ପ୍ରଭାତ ମହାପାତ୍ର, କାର୍ଯ୍ୟକାରୀ ସଭାପତି ସବୀର ହୁସେନ, ପ୍ରଭାତ ମିଶ୍ର, ବାସୁ ବାନାର୍ଜୀ, କୀର୍ତ୍ତନ ଦାସ, ଗୋପାଳ ଦାସ, ଜେ.ଏନ୍. କୁମ୍ଭାର ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।
ରଶ୍ମୀରଞ୍ଜନ ପାଢୀ, ସର୍ଦ୍ଦାର ବରିୟମ ସିଂ, ଚିତ୍ତରଞ୍ଜନ ମହାନ୍ତି, ଭାସ୍କର ଖିଲାର, ରାମ ପୁକାର ସିଂ, ବ୍ଲକ୍ ସଭାପତି ଫାରୁଖ ଖାନ, ରଜନୀକାନ୍ତ ପାତ୍ର, ମାନୁ ସାମଲ, ରଘୁ ଦାସ, ସର୍ବେଶ ସିଂ, ରଞ୍ଜିତା ମଲ୍ଲିକ, ପୂର୍ଣ୍ଣିମା ମୁଖୀ, ଗୀତା ସିଂ, ତୁଳସୀ ନାଗ, ସ୍ନେହା ମୁଖୀ, ବରିଷ୍ଠ କଂଗ୍ରେସ ନେତା ରବୀନ୍ଦ୍ର ଭଞ୍ଜ, ଏମ୍ଡି ଇମାମ, ସକିର ରାଜା, ଏମ୍ଡି ସମିମ, ସାହିର ହୁସେନ, ବିଷ୍ଣୁ ଗୁପ୍ତା, ରମେଶ ଗୁପ୍ତା, ଏମ୍ଡି ସାହାବୁଦ୍ଦିନ, ସେବକ କୁମାର ଷଣ୍ଢ, ସେବାଦଳର ବିନୋଦ ଚନ୍ଦ୍ର ରାଉତ, ଯୁବ କଂଗ୍ରେସ ସଭାପତି ପ୍ରବୋଧ ଦାସ, ଉପସଭାପତି ପ୍ରସନ୍ନ ବଳିୟାରସିଂ, ପ୍ରଦୀପ ବେହେରା, ଛାତ୍ରନେତା ରୂପା ବାରିକ, ମଧୁ ଭୋଏନା, ପ୍ରେମଲାଲ ନାଗ, ସୋସିଆଲ ମିଡିଆର ସନ୍ଦୀପନ ମହାପାତ୍ର ଓ ଘନଶ୍ୟାମ ସୁନା ପ୍ରମୁଖ ଉପସ୍ଥିତ ଥିବା ବେଳେ ପୂର୍ବତନ ଜିଲା କଂଗ୍ରେସ କମିଟି ଏସ୍ସି ଅଧ୍ୟକ୍ଷ ଧନ୍ୟବାଦ ଦେଇଥିଲେ ।