ରାଉରକେଲା, ୨୬ା୧୧: ରାଉରକେଲା ଜିଲା କଂଗ୍ରେସ କାର୍ଯ୍ୟାଳୟରେ ପ୍ରଦେଶ କଂଗ୍ରେସ ସମ୍ପାଦକ ତଥା ପର୍ଯ୍ୟବେକ୍ଷକ ରାଜକିଶୋର ଷଡଙ୍ଗୀଙ୍କ ଉପସ୍ଥିତିରେ “ମୋ ବୁଥ୍, ମୋ ଗୌରବ’, ପ୍ରକଳ୍ପ ଶକ୍ତି କାର୍ଯ୍ୟକ୍ରମ ତଥା ରାଉରକେଲା ବାର୍ ଆସୋସିଏସନର ବନ୍ଦ ଡାକରା ପାଇଁ ଏକସଭା ଜିଲା କଂଗ୍ରେସ ସଭାପତି ରବି ରାୟଙ୍କ ଅଧ୍ୟକ୍ଷରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଗତ ୧୭ ତାରିଖ ଦିନ ଗଞ୍ଜାମର କବିସୂର୍ଯ୍ୟନଗର ଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ମହିଳା ଭାରୋତ୍ତଳନ ପ୍ରତିଯୋଗିତାରେ ଉପକନିଷ୍ଠ ଶ୍ରେଣୀରେ କୁମାରୀ ବିପାସା ଦାସ (ପ୍ରଥମ ସ୍ଥାନ ୩୧ କେଜି), କୁମାରୀ ନଳିନୀ ବଡାଇକ (ତୃତୀୟ ସ୍ଥାନ ୭୧ କେଜି) ଓ ପୁରୁଷ ଜ୍ୟେଷ୍ଠ ବର୍ଗରେ ଅବିନାଶ କୁମାର ନାଏକ (ତୃତୀୟ ସ୍ଥାନ ୧୧୦ କେଜି) ଉତ୍ତୀର୍ଣ୍ଣ ହୋଇଥିବାରୁ ତାଙ୍କୁ ଜିଲା କଂଗ୍ରେସ ତରଫରୁ ପ୍ରଭାରୀ ରାଜକିଶୋର ଷଡଙ୍ଗୀ ସମ୍ମାନିତ କରିଥିଲେ ।
ସଭାରେ ସମସ୍ତ କଂଗ୍ରେସ କର୍ମକର୍ତ୍ତା ମୋ ବୁଥ୍ ମୋ ଗୌରବ କାର୍ଯ୍ୟକ୍ରମକୁ ଆଗେଇ ନେବାକୁ ସମର୍ଥନ କରିଥିଲେ । ପରେ ପଶ୍ଚିମ ଓଡିଶାରେ ହାଇକୋର୍ଟ ବେଞ୍ଚ ସ୍ଥାପନ ପାଇଁ ଚଳିତ ମାସ ୨୭ ତାରିଖ ଦିନ ଓକିଲ ସଂଘ ପକ୍ଷରୁ ଦିଆଯାଇଥିବା ବନ୍ଦ ଡାକରାକୁ ପୂର୍ଣ୍ଣ ସମର୍ଥନ ପାଇଁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏଠାରେ ରାଉରକେଲା ଜିଲା କଂଗ୍ରେସ ସଭାପତି ରବି ରାୟ, କାର୍ଯ୍ୟକାରୀ ସଭାପତି ସବୀର ହୁସେନ ସହମତି ପ୍ରକାଶ କରି କାର୍ଯ୍ୟକ୍ରମକୁ ଆଗେଇ ନେବାକୁ ପ୍ରତିଶ୍ରୁତି ଦେଇଥିଲେ ।
ପୂର୍ବତନ ବିଧାୟକ ପ୍ରଭାତ ମହାପାତ୍ର, ରାଜ୍ୟ ମହିଳା କଂଗ୍ରେସ ଉପସଭାନେତ୍ରୀ ପ୍ରଭାତୀ ମିଶ୍ର, ବରିଷ୍ଠ କଂଗ୍ରେସ ନେତା ଅଜିତ ସାମଲ, ବରିୟମ ସିଂହ, କୀର୍ତ୍ତନ ଦାସ, ପୂର୍ବତନ ବିଧାୟକ (ରଘୁନାଥପାଲୀ) ଗଜେନ୍ଦ୍ର ତନ୍ତୀ, ସୋମନାଥ ପଣ୍ଡା ନିଜ ନିଜର ବକ୍ତବ୍ୟ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଯୁବକଂଗ୍ରେସ ସଭାପତି ପ୍ରବୋଧ ଦାସ, ବ୍ଲକ୍ ସଭାପତି ଗିରିଜା ମିଶ୍ର, ମାନୁ ସାମଲ, ଦୁଃଶା ନାଏକ, ଚୈତନ୍ୟ ନାୟକ, ବାସୁ ବାନାର୍ଜୀ, ରଘୁ ଦାସ, ପୁରୁଷୋତ୍ତମ ପାତ୍ର, ରଞ୍ଜିତା ମଲ୍ଲିକ, ଇନ୍ଦ୍ରମୋହନ ପଣ୍ଡା ବକ୍ତବ୍ୟ ରଖିଥିଲେ ।
ରମେଶ ଗୁପ୍ତା, ରାମ ପୁକାର ସିଂ, ସୌମ୍ୟରଞ୍ଜନ ନାଏକ, ପ୍ରମୋଦ ଶର୍ମା, ଶିବୁ ସାହୁ, ଶିବୁ ଦୀପ, ଶିବୁ ଓରାମ, ବନମାଳି ବିଶୋୟୀ, ଭାସ୍କର ଖିଲାର, ଲତା ନାଏକ, ଗୀତା ସିଂ, ସୁକାନ୍ତି ପାତ୍ର, ଆରତୀ ବେହେରା, ପ୍ରଶାନ୍ତ ନାଏକ, ଅରୁଣ ଜୟପୁରିଆ, ରଜନୀ ଡାକୁଆ, ଶାନ୍ତିଲତା ମହାପାତ୍ର, ବୁଲୁ ଦାଶ, ସନ୍ତୋଷ ତନ୍ତୀ, ରତିକାନ୍ତ ମଲ୍ଲିକ, ପ୍ରଦୀପ ବେହେରା, ସନ୍ଦୀପନ ମହାପାତ୍ର, ରୂପା ବାରିକ, ବିକଳାଙ୍ଗ ମହାନ୍ତି, ଫୁଲ କଂସାରୀ, ସାହେବ ଅହମ୍ମଦ, ଦିବାକର ଦୀପ କାର୍ଯ୍ୟକ୍ରମରେ ସହଯୋଗ କରିଥିବା ବେଳେ ନିରୂପମା ବଳିୟାରସିଂହ ଧନ୍ୟବାଦ ଦେଇଥିଲେ ।