Wed. May 14th, 2025

ଜିଲା କଂଗ୍ରେସ ତରଫରୁ ମିଶ୍ରଣ ପର୍ବ

rklsanchar@gmail.com' By J.N. Pradhan Jul 13, 2018 #Featured
223 Views

ରାଉରକେଲା, ୧୩/୭  : ଆଜି ଦିନ ପ୍ରାୟ ୧୧ଟା ବେଳେ ଜିଲା କଂଗ୍ରେସ ତରଫରୁ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏହି ମିଶ୍ରଣ ପର୍ବ ଜିଲା ସଭାପତି ରବି ରାୟ ଓ କାର୍ଯ୍ୟକାରୀ ସଭାପତି ସବୀର ହୁସେନଙ୍କ ଉପସ୍ଥିତିରେ ହୋଇଥିଲା । ପୂର୍ବତନ ହକି କୋଚ୍ ସିଲଭେଷ୍ଟର ଟପ୍ପୋ, ପୂର୍ବତନ ରାଜସ୍ୱ ଅଧିକାରୀ ନବୀନ ମାଝି ଓ ସମାଜସେବୀ ତଥା ବ୍ୟବସାୟୀ ସୁକାନ୍ତ ମହାପାତ୍ର ବିଧିବଦ୍ଧ ଆଜି କଂଗ୍ରେସର ସଦସ୍ୟତା ଗ୍ରହଣ କରିଛନ୍ତି ।

ଶ୍ରୀ ଟପ୍ପୋ ଜଣେ ହକି ପ୍ରଶିକ୍ଷକ । ସେ ୧୯୭୫ ମସିହାରେ ଜାତୀୟ ହକି ଖେଳରେ ଓଡିଶାର ପ୍ରତିନିଧିତ୍ୱ କରିଥିଲେ । ତାଙ୍କ ପ୍ରଶିକ୍ଷଣରେ ଲାଜାରୁସ ବାର୍ଲା, ୱିଲିୟମ ଖାଲକୋ, ବିନୀତ ଟପ୍ପୋ, ଅସରିତା କେର୍କେଟା, ରୋଜାଲିନ ଡୁଙ୍ଗଡୁଙ୍ଗ, ସୁନୀତା କିସ୍ପଟା, ରଞ୍ଜିତା ବାର୍ଲା, ପୁନମ ଟପ୍ପୋ ପ୍ରମୁଖ ଖେଳାଳୀଙ୍କ ସମେତ ଆଜିର ବିଶ୍ୱକପ ଖେଳାଳୀ ସୁନୀତା ଲାକ୍ରା, ଲିଲିମା ମିଞ୍ଜ, ଅନୁପମା ବାର୍ଲା, ନମିତା ଟପ୍ପୋ ଦେଶ ପାଇଁ ଗୌରବ ଅର୍ଜନ କରିପାରିଛନ୍ତି । ସେହିପରି ନବୀନ ମାଝି ଜଣେ ପୂର୍ବତନ ରାଜସ୍ୱ ଅଧିକାରୀ ଓ ପ୍ରଶାସନର ବିଭିନ୍ନ ଦାୟିତ୍ୱ ଦକ୍ଷତାର ସହ ତୁଲାଇଛନ୍ତି ।

ସେହିପରି ସୁମନ୍ତ ମହାପାତ୍ର ଯିଏକି ଜଣେ ସମାଜସେବୀ ଏବଂ ରାଉରକେଲାର ଜଣେ ପ୍ରତିଷ୍ଠିତ ବ୍ୟବସାୟୀ । ଏହି ୩ ଜଣ ହେଉଛନ୍ତି ରାଉରକେଲାର ଜଣେ ଜଣେ ପ୍ରତିଷ୍ଠିତ ବ୍ୟକ୍ତି । ପୂର୍ବରୁ ସେମାନେ କଂଗ୍ରେସକୁ ସମର୍ଥନ ଦେଇଆସୁଥିଲେ । ବର୍ତ୍ତମାନ ସେମାନେ କଂଗ୍ରେସର ସଦସ୍ୟତା ଗ୍ରହଣ କରି ସକ୍ରିୟ ଭାବେ କାମ କରିବେ ଓ ଆଗାମୀ ଦିନରେ କଂଗ୍ରେସକୁ ମଜବୁତ କରିବେ ବୋଲି ନିଜ ନିଜ ବକ୍ତବ୍ୟରେ କହିଛନ୍ତି ।

କାର୍ଯ୍ୟକ୍ରମରେ ବରିୟମ ସିଂ, ସୋମନାଥ ପଣ୍ଡା, ରତିକାନ୍ତ ମଲ୍ଲିକ, ଛବି ଦାସ, ଶିବୁ ସାହୁ, ଦିବାକର ଦୀପ, ହିତେଶ ଦେହୁରୀ, ସନ୍ଦୀପନ ମହାପାତ୍ର, ପ୍ରଦୀପ ବେହେରା, ଅମିତ କୁମାର, ରବୀନ୍ଦ୍ର ଭଞ୍ଜ, ପ୍ରେମଲାଲ ନାଗ, ଅବିନାଶ ଖାଖା, ବାସୁ ବାନାର୍ଜୀ ଆଦି ଉପସ୍ଥିତ ଥିବାବେଳେ କୀର୍ତ୍ତନ ଦାସ ଧନ୍ୟବାଦ ଦେଇଥିଲେ ।

Related Post