Sat. Nov 23rd, 2024

ଜିଲାର ବିକାଶ ପାଇଁ ଜୁଏଲଙ୍କ ଆନ୍ତରିକତା ନାହିଁ : କଂଗ୍ରେସ

rklsanchar@gmail.com' By J.N. Pradhan Jun 29, 2018 #Featured
153 Views

ରାଉରକେଲା, ୨୯/୬: ୨୦୧୫ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଉରକେଲାର ଇସ୍ପାତ ଜେନେରାଲ ହସ୍ପିଟାଲକୁ ସୁପର ସ୍ପେସାଲିଟି ହସ୍ପିଟାଲରେ ପରିଣତ କରିବା ଏବଂ ଦ୍ୱିତୀୟ ବ୍ରାହ୍ମଣୀ ସେତୁ ନିର୍ମାଣ କରିବା ପାଇଁ ସହରବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ବର୍ତ୍ତମାନ ୨୦୧୮ ମସିହା ଅଧା ହୋଇଥିଲେ ମଧ୍ୟ କୌଣସି କାର୍ଯ୍ୟକ୍ରମ କେନ୍ଦ୍ର ସରକାରଙ୍କ ପକ୍ଷରୁ କରାଯାଇ ନାହିଁ ।

ରାଉରକେଲାର ସ୍ୱାଭିମାନୀ ଯୁବକ ମୁକ୍ତିକାନ୍ତ ବିଶ୍ୱାଳ ଏ ନେଇ ରାଉରକେଲାରୁ ପଦଯାତ୍ରାରେ ବାହାରି ଦିଲ୍ଲୀରେ ପହଞ୍ôଚ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରି ସହରବାସୀଙ୍କୁ ପ୍ରଧାନମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି କଥା ମନେ ପକାଇଦେବେ । ଏହି ଉଦ୍ଦେଶ୍ୟରେ ବାହାରିଥିବା ମୁକ୍ତିକାନ୍ତ ଦିଲ୍ଲୀରେ ପହଞ୍ôଚ ସୁନ୍ଦରଗଡ ସାଂସଦ ତଥା କେନ୍ଦ୍ର ଆଦିବାସୀ ମନ୍ତ୍ରୀ ଜୁଏଲ ଓରାମଙ୍କୁ ସାକ୍ଷାତ କରି ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ ପାଇଁ ଅନୁରୋଧ ଜଣାଇଥିଲେ । କିନ୍ତୁ ଶ୍ରୀ ଓରାମ ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ ହୋଇପାରିବ ନାହିଁ ବୋଲି ରୋକ୍ଠୋକ୍ ଶୁଣାଇବା ସହ ତୁମକୁ ରାହୁଲ ଗାନ୍ଧୀ ଟ୍ୱିଟ୍ କରୁଛନ୍ତି ଆମେ ତୁମକୁ କ’ଣ ସାହାଯ୍ୟ କରିବୁ ବୋଲି କହିଥିଲେ ।

ଶେଷରେ ମୁକ୍ତିକାନ୍ତ କୌଣସି ପ୍ରକାର ସାହାଯ୍ୟ ନ ପାଇ ଅପମାନିତ ହୋଇ ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତ ଆଶାରେ ଦିଲ୍ଲୀର ଜଗନ୍ନାଥ ମନ୍ଦିରରେ ଅବସ୍ଥାନ କରୁଛନ୍ତି । ଅନ୍ୟପକ୍ଷରେ ଅଖିଳ ଭାରତୀୟ କଂଗ୍ରେସ କମିଟି ସଭାପତି ରାହୁଲ ଗାନ୍ଧୀ ଟ୍ୱିଟ୍ ଯୋଗେ ରାଜ୍ୟ କଂଗ୍ରେସ ସଭାପତି ତଥା ଜିଲା କଂଗ୍ରେସ କମିଟିଗୁଡିକୁ ଅର୍ଥ ଯୋଗାଡ ପାଇଁ ୧୦ ଦିନ ପୂର୍ବରୁ ଶ୍ରୀ ଗାନ୍ଧୀ ଯେଉଁ ଅନୁରୋଧ କରିଥିଲେ । ସେହି ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ୨୦ ଲକ୍ଷ ୧୧ ହଜାର ଟଙ୍କା ସଂଗ୍ରହ କରାଯାଇଛି ।

ରାଉରକେଲା ଜିଲା କଂଗ୍ରେସ ସଭାପତି ରବି ରାୟ ଶ୍ରୀ ଗାନ୍ଧୀଙ୍କ ଆହ୍ୱାନକ୍ରମେ ୧୦ ହଜାର ଟଙ୍କା ସୁପର ସ୍ପେସାଲିଟି ହସ୍ପିଟାଲ ପାଇଁ ପଠାଇଛନ୍ତି । ଶ୍ରୀ ରାୟ କହିଛନ୍ତି ଯେ, ରାଉରକେଲାଏବଂ ସୁନ୍ଦରଗଡ଼ ଜିଲାର ଉନ୍ନତି ପାଇଁ କେନ୍ଦ୍ରମନ୍ତ୍ରୀ ଶ୍ରୀ ଓରାମଙ୍କ ତିଳେମାତ୍ର ଆନ୍ତରିକତା ନାହିଁ । ଜିଲାର ବିକାଶ ପ୍ରତି ଶ୍ରୀ ଓରାମ ଆଖିବୁଜି ଦେଇଛନ୍ତି ବୋଲି ଶ୍ରୀ ରାୟ ଅଭିଯୋଗ କରିଛନ୍ତି । ଫଳରେ ଜିଲାବାସୀଙ୍କ ନିକଟରେ ଜୁଏଲଙ୍କ ଅସଲ ଚେହେରା ପଦାରେ ପଡ଼ିଛି । ମିଥ୍ୟା କଥା କହି ସେ ଓ ତାଙ୍କ ଦଳ ଲୋକଙ୍କୁ ଭୂୟାଁ ବୁଲାଉଛନ୍ତି । ଆଗାମୀ ନିର୍ବାଚନରେ ସହରବାସୀ ତାଙ୍କୁ ଉଚିତ୍ ଜବାବ ଦେବେ ଜିଲା କଂଗ୍ରେସ ସଭାପତି ଶ୍ରୀ ରାୟ କହିଛନ୍ତି ।

Related Post