Wed. Jan 15th, 2025

ଜିରୋ କାଜୁଆଲିଟି ମୋହରେ ପ୍ରଶାସନ ଦାୟିତ୍ୱ ଭୁଲିଗଲା, ସେଥିପାଇଁ ଏବେ ଓଡ଼ିଶାରେ ଅଭାବନୀୟ ପରିସ୍ଥିତି: ଧର୍ମେନ୍ଦ୍ର

By amfnews Oct 18, 2018 #Featured
288 Views

Khabar Odisha:Dharmendra-Pradhan-visited-Cyclone-Titli-affected-areas-of-Ganjam--Gajapati-District
ଭୁବନେଶ୍ୱର, ୧୮ ଅକ୍ଚୋବର: ତିତିଲି ଭୂସ୍ଥଳ ଛୁଇଁବାର ଆଠ ଦିନ ପରେ ବି ଗଜପତି ଓ ଗଂଜାମ ଜିଲ୍ଲାର ଲୋକମାନେ ବହୁ ଅସୁବିଧାରେ ଥିବା ଏହି ଦୁଇ ଜିଲ୍ଲାକୁ ଗସ୍ତ କରିବା ପରେ କହିଛନ୍ତି କେନ୍ଦ୍ର ମନ୍ରୀଛୁ ଧର୍ମେନ୍ଦ୍ର ପ୍ରଧାନ । ରାଜ୍ୟ ସରକାର ଜିରୋ କାଜୁଆଲିଟିରୁ ମୋହରୁ ବାହାରି ଓ ବନ୍ୟା ନେଇ ଲୋକମାନଙ୍କୁ ସତର୍କ କରାଯାଇବା ସହ ସମ୍ଭାଳିବା ଦାୟିତ୍ୱ ନେଇଥାନ୍ତେ ତେବେ ଏଭଳି ଅଭାବନୀୟ ପରିସ୍ଥିତି ହୋଇନଥାନ୍ତା । ସରକାର ଏହି ମୋହରୁ ବାହାରି  ରିଲିଫ ଓ ପୁନରୁଦ୍ଧାର କାମକୁ ତ୍ୱରାନିତ କରନ୍ତୁ  ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

View image on TwitterView image on TwitterView image on Twitter

ତିତଲି ଭୂମି ସ୍ପର୍ଶ କରିବାର 8 ଦିନ ପରେ ବି ଏଠାରେ ବହୁତ ଭୟଙ୍କର ସମସ୍ୟା ରହିଛି। ଅନେକ ଗାଁ ଓ ଏହାର ଆଖପାଖ ଅଞ୍ଚଳକୁ ପକ୍କା ରାସ୍ତା ନାହିଁ। ପାଦରେ ଚାଲିଚାଲି ଯିବାକୁ ପଡୁଛି। ସରକାର ରାଜ୍ୟର 95 ଭାଗ ଅଞ୍ଚଳକୁ ବିଦ୍ୟୁତ୍ ସଂଯୋଗ କରାଯାଇଥିବା କହୁଥିବା ବେଳେ ଏହି ଅଞ୍ଚଳରେ ବିଦ୍ୟୁତ୍ ନାହିଁ।

ଶ୍ରୀ ପ୍ରଧାନ ଗୁରୁବାର ଦିନ ଗଜପତି ଜିଲ୍ଲାର ରାୟଗଡା ବ୍ଲକ ସ୍ଥିତ କଇଁପୁର ଓ ଲକ୍ଷ୍ମୀପୁର ଗାଁ ବୁଲି ଲୋକମାନଙ୍କର ସମସ୍ୟା ବୁଝିଥିଲେ । ସେହିପରି ଶ୍ରୀ ପ୍ରଧାନ ଗଂଜାମ ଜିଲ୍ଲାର ଆସ୍କା, ମଙ୍ଗଳପୁର, ଜଗମୋହନ, ପଟୁ, କୁଶାପଦ, ଜାହାଡା ଓ ଦାଉଗାଁ ବୁଲି ଲୋକଙ୍କୁ ଭେଟି ସେମାନଙ୍କ ସମସ୍ୟା ବିଷୟରେ ପଚାରି ବୁଝିଥିଲେ । ଶ୍ରୀ ପ୍ରଧାନ ଲୋକମାନଙ୍କୁ ଭେଟି ସାରିବା ପରେ ପ୍ରତିକ୍ରିୟା ବ୍ୟକ୍ତ କରି କହିଛନ୍ତି ଯେ  ବାତ୍ୟା ତିତଲି ପ୍ରଭାବିତ ଅଞ୍ଚଳର ଲୋକମାନେ ଘୋର ଅବ୍ୟବସ୍ଥାରେ ରହୁଛନ୍ତି। ବିଜୁଳି ଏପର୍ଯ୍ୟନ୍ତ ଏହି ଅଞ୍ଚଳରେ ପହଞ୍ଚି ପାରିନାହିଁ। ବିଶେଷ କରି ଆଦିବାସୀ ଅଞ୍ଚଳରେ ପଶୁ ସମ୍ପଦ ନଷ୍ଟ ହୋଇଥିବା ବେଳେ ଏହାର ସରକାରୀ ହିସାବ ହେଉନାହିଁ। ସ୍ଥାନୀୟ ଲୋକମାନେ ଏହାର ହିସାବ ଦାବୀ କରୁଛନ୍ତି। ସରକାର କୁମ୍ଭକର୍ଣ୍ଣ ନିଦ୍ରାକୁ ଭାଙ୍ଗି ଲୋକଙ୍କ ସେବାରେ ଲାଗନ୍ତୁ। ଭୁବନେଶ୍ୱରେ ଏସି ରୁମରେ ବସି କୁମ୍ଭୀର କାନ୍ଦଣା କାନ୍ଦନ୍ତୁ ନାହିଁ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ରାଜ୍ୟ ବିପର୍ଯ୍ୟୟ ପାଣ୍ଠିରେ କେନ୍ଦ୍ର ସରକାରଙ୍କ ୯୦ ପ୍ରତିଶତ ଅଂଶ ରହିଛି। କ୍ଷୟକ୍ଷତି ଆକଳନ ପରେ ରାଜ୍ୟ ସରକାର ସଠିକ୍ ବିବରଣୀ ଦେଲା ପରେ କେନ୍ଦ୍ର ସରକାରଙ୍କ ଏନଡିଆରଏଫରୁ ଉପଯୁକ୍ତ ସହାୟତା ଯୋଗାଇ ଦିଆଯିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ସେ କହିଛନ୍ତି ଯେ ତିତଲି ଭୂମି ସ୍ପର୍ଶ କରିବାର ୮ ଦିନ ପରେ ବି ଏଠାରେ ବହୁତ ଭୟଙ୍କର ସମସ୍ୟା ରହିଛି। ଅନେକ ଗାଁ ଓ ଏହାର ଆଖପାଖ ଅଞ୍ଚଳକୁ ପକ୍କା ରାସ୍ତା ନାହିଁ। ପାଦରେ ଚାଲିଚାଲି ଯିବାକୁ ପଡୁଛି। ସରକାର ରାଜ୍ୟର ୯୫ ଭାଗ ଅଞ୍ଚଳକୁ ବିଦ୍ୟୁତ୍ ସଂଯୋଗ କରାଯାଇଥିବା କହୁଥିବା ବେଳେ ଏହି ଅଞ୍ଚଳରେ ବିଦ୍ୟୁତ୍ ନାହିଁ ବୋଲି ସେ କହିଛନ୍ତି । ସେ କହିଛନ୍ତି ଯେ ତାଙ୍କ ଆଖି ସାମ୍ନାରେ ଆଜି ଗୋଟିଏ ଘଟଣା ଘଟିଗଲା। ଏକ ବାପା ନିଜ ଛୋଟ ଝିଅର ଶବକୁ ବସ୍ତାରେ ମୁଣ୍ଡେଇ ରାସ୍ତାରେ ଚାଲିଚାଲି ଯାଉଥିଲା।

View image on TwitterView image on TwitterView image on TwitterView image on Twitter

ସାମୁଦ୍ରିକ ଝଡ ତିତଲି ପ୍ରଭାବିତ ଗଜପତି ଜିଲ୍ଲାର ରାୟଗଡ ବ୍ଲକ ଅନ୍ତର୍ଗତ ଥିବା ଗାଁ ବୁଲି ଲୋକଙ୍କ ସହ ସାକ୍ଷାତ କରି ସେମାନଙ୍କ ସମସ୍ୟା ବୁଝିଲି।  ବାତ୍ୟା ତିତଲି ପ୍ରଭାବିତ ଅଞ୍ଚଳର ଲୋକମାନେ ଘୋର ଅବ୍ୟବସ୍ଥାରେ ରହୁଛନ୍ତି। ବିଜୁଳି ଏପର୍ଯ୍ୟନ୍ତ ଏହି ଅଞ୍ଚଳରେ ପହଞ୍ଚି ପାରିନାହିଁ

ପ୍ରଭାବିତ ଅଞ୍ଚଳରେ ରିଲିଫ୍ ଏପର୍ଯ୍ୟନ୍ତ ପର୍ଯ୍ୟାପ୍ତ ପରିମାଣରେ ପହଞ୍ଚି ପାରିନାହିଁ । ଏଠାକାର ସମସ୍ତ ଜନସାଧାରଣଙ୍କୁ ନିର୍ଦ୍ଦିଷ୍ଟ ସମୟ ସୀମା ପର୍ଯ୍ୟନ୍ତ କାର୍ଡଧରୀ ଓ ବିନା କାର୍ଡଧାରୀଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ରିଲିଫ ସହ ସମସ୍ତ ସୁବିଧା ଯୋଗାଇ ଦିଆଯାଉ ବୋଲି ଶ୍ରୀ ପ୍ରଧାନ ସରକାରଙ୍କ ନିକଟରେ ଦାବୀ କରିଛନ୍ତି । ସରକାର ନିଜ ଦାୟିତ୍ୱରୁ ଓହରି ଯାଇପାରିବେ ନାହିଁ । ବର୍ତ୍ତମାନ ଦାୟିତ୍ୱ ନେବାର ସମୟ ଆସିଛି  ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ବାତ୍ୟା ପୂର୍ବରୁ ପ୍ରଶାସନ ପକ୍ଷରୁ କୌଣସି ସତର୍କ ସୂଚନା ଦିଆଯାଇନଥିବା ଲୋକମାନେ ତାଙ୍କୁ କହିଥିଲେ ।   ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ଅଧିକାରୀ ଆଦିବାସୀଙ୍କ ପଶୁ ସମ୍ପଦ ମୃତ୍ୟୁ ବିଷୟରେ ପଚାରି ବୁଝିବାକୁ ଆସିନଥିବା ସେ ଲୋକ ମାନଙ୍କ ଠାରୁ ଜାଣିବାକୁ ପାଇଲେ ।   ତିତଲି କ୍ଷୟକ୍ଷତି ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅବଗତ କରାଇବା ସହ  କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯିବା ନେଇ ପ୍ରଭାବିତ ଲୋକଙ୍କୁ ଆଶ୍ୱସନା ଦେଇଥିବା ଶ୍ରୀ ପ୍ରଧାନ  ପ୍ରକାଶ କରିଛନ୍ତି ।

View image on TwitterView image on TwitterView image on TwitterView image on Twitter

ସାମୁଦ୍ରିକ ଝଡ ତିତଲି ପ୍ରଭାବିତ ଗଜପତି ଜିଲ୍ଲାର ରାୟଗଡ ବ୍ଲକ ଅନ୍ତର୍ଗତ ଥିବା ଗାଁ ବୁଲି ଲୋକଙ୍କ ସହ ସାକ୍ଷାତ କରି ସେମାନଙ୍କ ସମସ୍ୟା ବୁଝିଲି।  ବାତ୍ୟା ତିତଲି ପ୍ରଭାବିତ ଅଞ୍ଚଳର ଲୋକମାନେ ଘୋର ଅବ୍ୟବସ୍ଥାରେ ରହୁଛନ୍ତି। ବିଜୁଳି ଏପର୍ଯ୍ୟନ୍ତ ଏହି ଅଞ୍ଚଳରେ ପହଞ୍ଚି ପାରିନାହି

ସେ କହିଛନ୍ତି ଯେ ଜଳ ସମ୍ପଦ ବିଭାଗ ରାଜ୍ୟ ସରକାରଙ୍କର ଦାୟିତ୍ୱରେ ଅଛି। ଏ ନେଇ ଯଦି ରାଜ୍ୟ ସରକାର ଭାରତ ସରକାରଙ୍କ ସହଯୋଗ ଲଢିବେ ତେବେ ସହଯୋଗ ଦିଆଯିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ରିଲିଫ, ବିଦ୍ୟୁତ୍ ଓ ଅନେକ ମୌଳିକ ସୁବିଧାର ମୂଳ ଦାୟିତ୍ୱ ରାଜ୍ୟ ସରକାରଙ୍କୁ ନେବାପାଇଁ ପଡିବ। ଭାରତ ସରକାର ରାଜ୍ୟ ସରକାରଙ୍କୁ ସବୁ କାର୍ଯ୍ୟରେ ସାହାଯ୍ୟ କରିବେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି  । ଓଡ଼ିଶାର ଗଣମାଧ୍ୟମ ପ୍ରଥମ ଦିନରୁ ଘଟଣାକୁ ଆଣିବାକୁ ସଫଳ ହୋଇଛି । ଲୋକମାନେ ଦୁଃଖ କଷ୍ଟ ରୁହନ୍ତୁ, ଆମେ କୌନ ବନେଗା କରୋଡପତିରେ ଫଟୋ ଦେଖାଇବୁ   ଏହି ଭାବନାରେ ସରକାର କାମ କରୁଛି । ଜିରୋ କାଜୁଆଲିଟି ସାର୍ଟିଫିକେଟ୍ ପାଇବାର ମୋହରେ ସରକାର ରହିଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

View image on TwitterView image on TwitterView image on Twitter
ଜହଡା ଗ୍ରାମ ପଂଚାୟତର ଲୋକ ମାନେ କହୁଥିଲେ ଯେ ଋଷିକୁଲ୍ୟା ନଦୀରେ ଏକ ବଡ ବନ୍ଧ ପାଇଁ ଦାବି କରିଥିଲେ । ତେବେ ପୁରୁଣା ସରପଂଚ ଓ ସ୍ଥାନୀୟ ଲୋକଙ୍କ କଥାକୁ ପ୍ରଶାସନ ଅଣଦେଖା କରିବା କାରଣରୁ ଏପରି ସ୍ଥିତି ଉତ୍ପନ୍ନ ହୋଇଛି।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଗଞ୍ଜାମ ଜିଲ୍ଲାର  ଆସ୍କା ଭଳି ବ୍ୟବସାୟିକ ସହରରେ ଲୋକମାନେ ଅନେକ ଦିନ ଧରି ପାଣିରେ ବୁଡିକି ରହିବେ ଏହା କଳ୍ପନା କରାଯାଇପାରିବ ନାହିଁ। ଯିଏ ଋଷିକଲ୍ୟା ନଦୀର ବାଡବନ୍ଧ ନିର୍ମାଣ କରିପାରୁନାହିଁ, ସେ ଓଡ଼ିଶାର କଣ ବାଡବନ୍ଧ କଥା ଚିନ୍ତା କରିବେ? ବହୁତ ଦୁଃଖର ବିଷୟ ଲୋକଙ୍କୁ ରିଲିଫ ମିଳିନଥିବାର ଅଭିଯୋଗ ହୋଇଛି। ଏଯାଏଁ ଫସଲ ଆକଳନ ଠିକ୍ ଭାବରେ କରାଯାଇନାହିଁ  ବୋଲି ସେ କହିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଶାସନକୁ ଜଣା ଥିଲା ଯେ ବଡ ବାତ୍ୟା ଆସୁଛି, ବର୍ଷା ହେବ ଓ ପାଣି ବଢିବ । ମିଛ ମିଛିକା ଉପକୂଳ ଅଂଚଳରେ ଓ ଭୁବନେଶ୍ୱରରେ ଜିରୋ କାଜୁଆଲିଟିର ମୋହରେ ପଡି ଗଂଜାମ ଓ ଗଜପତି ଜିଲ୍ଲାର ପାହାଡିଆ ଅଂଚଳର ଆଦିବାସୀ ଓ ଚାଷୀ ମାନଙ୍କୁ ଅଣଦେଖା କରାଗଲା । ସେ କହିଛନ୍ତି ଯେ ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଏହି ବନ୍ୟା ମନୁଷ୍ୟକୃତ ଥିଲା ।

ଜହଡା ଗ୍ରାମ ପଂଚାୟତର ଲୋକ ମାନେ କହୁଥିଲେ ଯେ ଋଷିକୁଲ୍ୟା ନଦୀରେ ଏକ ବଡ ବନ୍ଧ ପାଇଁ ଦାବି କରିଥିଲେ । ତେବେ ପୁରୁଣା ସରପଂଚ ଓ ସ୍ଥାନୀୟ ଲୋକଙ୍କ କଥାକୁ ପ୍ରଶାସନ ଅଣଦେଖା କରିବା କାରଣରୁ ଏପରି ସ୍ଥିତି ଉତ୍ପନ୍ନ ହୋଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।ମୁଖ୍ୟମନ୍ତ୍ରୀ ଦୀର୍ଘ ଦିନ ଧରି ଜଳ ସମ୍ପଦ ମନ୍ତ୍ରୀ ଭାବେ ଦାୟିତ୍ୱ ନେଇଛନ୍ତି । ତେବେ ଯଦି ସେ ନିଜ  ଗୃହ ଜିଲ୍ଲାକୁ ସମ୍ଭାଳି ପାରିବେ ନାହିଁ ତେବେ କଣ ହେବ ତାହା ପ୍ରଭୁ ଜଗନ୍ନାଥଙ୍କୁ ଜଣା ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

By amfnews

Related Post