189 Views
ନୂଆଦିଲ୍ଲୀ : ଦେଶର ଅଭିବୃଦ୍ଧି ହାର ବା ଜିଡିପି ତଳକୁ ଖସିବା ପରେ ଅର୍ଥନୀତି ନେଇ ଏବେ କାଠଗଡ଼ାରେ ମୋଦି ସରକାର। ବିରୋଧୀ ଗୋଟିଏ ପଟେ ସମାଲୋଚନା କରୁଥିବା ବେଳେ ସହଯୋଗୀ ମଧ୍ୟ ଆର୍ଥିକ ନୀତିକୁ ନେଇ ସମାଲୋଚନା କରିଛନ୍ତି।
କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା କହିଛନ୍ତି, ଅଚ୍ଛେ ଦିନର ସ୍ଲୋଗାନ ଦେଉଥିବା ବିଜେପି ସରକାର ଦେଶର ଅର୍ଥ ବ୍ୟବସ୍ଥାକୁ ତଳେ ପକାଇ ଦେଇଛନ୍ତି। ଉଭୟ ଅଭିବୃଦ୍ଧି ହାର ଏବଂ ଟଙ୍କାର ମୂଲ୍ୟ ମଜବୁତ ନଥିବା ବେଳେ ବେରୋଜଗାର ବଢ଼ି ଚାଲିଛି। ଦେଶର ଅର୍ଥ ବ୍ୟବସ୍ଥା ତଳକୁ ଖସୁଥିବାର କାରଣ ପାଇଁ କିଏ ଦାୟୀ ବୋଲି ସେ ପ୍ରଶ୍ନ କରିଛନ୍ତି।
ସେହିପରି ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ କହିଛନ୍ତି ନୂଆ ଆର୍ଥିକ ନୀତି ବିନା ଦେଶର ୫ ଲକ୍ଷ କୋଟି ଡଲାର ଅର୍ଥନୀତି ନୁହେଁ। କେବଳ ସାହସ କିମ୍ୱା ଜ୍ଞାନ ବଳରେ ଅର୍ଥ ବ୍ୟବସ୍ଥା ବଞ୍ଚି ପାରିବ ନାହିଁ। ଏଥିପାଇଁ ଉଭୟ ଦରକାର। ହେଲେ ଆମ ପାଖରେ ଏବେ କିଛି ବି ନାହିଁ ବୋଲି ସେ କହିଛନ୍ତି।