Sat. Mar 7th, 2026
421 Views

ମାଲକାନଗିରି : ଜାଲ ନୋଟ୍ କାରବାରରେ ସଂପୃକ୍ତି ଅଭିଯୋଗରେ ଆଜି ମାଲକାନଗିରି ପୁଲିସ ୩ଜଣଙ୍କୁ ଗିରଫ କରିଛି। ଏହି ନୋଟ୍ କେଉଁଠୁ ଆସିଲା, ଏହାର ଚେର କେତେ‌ ଦୂର ପର୍ଯ୍ୟନ୍ତ ଲମ୍ବିଛି ସେନେଇ କିଛି ସ୍ପଷ୍ଟ ହୋଇପାରି ନାହିଁ। ପୁଲିସ କହିବା ଅନୁଯାୟୀ, ମାଲକାନଗିରି ଜିଲ୍ଲାରେ ବହୁ ଦିନ ହେଲା ଜାଲ୍ ନୋଟ୍ କାରବାର ଚାଲିଥିବା ନେଇ ବାରମ୍ବାର ଅଭିଯୋଗ ହେଉଥିଲା। ତେଣୁ ପୁଲିସର ନଜର ଏହି ରୢାକେଟ ଉପରେ ରହିଥିଲା। ଶେଷରେ ନୋଟ କାରବାର ନେଇ ‌ସଠିକ୍ ସୂଚନା ମିଳିବାରୁ ପୁଲିସ ଚଢ଼ାଉ କରିଥିଲା। ଏମଭି-୧୩ ଗ୍ରାମର ମନୋରଂଜନ ମାଲକାର (୨୬), ପାଣ୍ଡ୍ରିପାଣିର ପବିତ୍ର ମଣ୍ଡଳ (୨୬) ଏବଂ ଏମଭି-୧୩ ଗ୍ରାମର ସୁଜିତ ପଣ୍ଡାଙ୍କୁ ପୁଲିସ ଗିରଫ କରିଛି। ଏମାନଙ୍କ ଠାରୁ ୧୪ଟି ୨ହଜାର ଟଙ୍କିଆ ନୋଟ୍ ଏବଂ ୧୨ଟି ୫ଶହ ଟଙ୍କିଆ ନୋଟ୍ ଜବତ କରିଛି।

By amfnews

Related Post