Sat. Mar 7th, 2026

ଜାଲ୍‌ ସାର୍ଟିଫିକେଟ୍ ଦେଇ ଚାକିରି କରୁଥିଲେ ସାବଧାନ

234 Views

ଭୁବନେଶ୍ୱର  : ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ କର୍ତ୍ତୃପକ୍ଷ (ଓସେପା) କର୍ମଚାରୀଙ୍କ ପାଇଁ ସତର୍କ ଘଣ୍ଟି। ଚାକିରି ସମୟରେ ଫେକ୍ ସାର୍ଟିଫିକେଟ୍ ଦେଇଥିଲେ ରୁଜୁ ହେବ ମାମଲା। ଏନେଇ ଓସେପାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଭୁପେନ୍ଦ୍ର ସିଂ ପୁନିଆ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି।

ଓସେପା କର୍ମଚାରୀମାନେ ନିଯୁକ୍ତି ସମୟରେ ଦେଇଥିବା ଶିକ୍ଷାଗତ ଯୋଗ୍ୟତା ସାର୍ଟିଫିକେଟ୍‌ ଓ ମାର୍କସିଟ୍‌ର ପୁନଃ ଯାଞ୍ଚ କରିବା ଲାଗି ଏହି ଚିଠିରେ ନିର୍ଦ୍ଦେଶ ଦିଆଯାଇଛି। ଆବଶ୍ୟକ ପଡ଼ିଲେ ରାଜ୍ୟ ତଥା ରାଜ୍ୟ ବାହାରର ବିଭିନ୍ନ ଶିକ୍ଷାନୁଷ୍ଠାନର ସାର୍ଟିଫିକେଟ୍‌ର ବୈଧତା ନେଇ ମଧ୍ୟ ତଦନ୍ତ କରାଯିବ। ଫେକ୍ ଡକ୍ୟୁମେଣ୍ଟ ଦେଇଥିବା କର୍ମଚାରୀଙ୍କ ବିରୋଧରେ ଏଫ୍ଆଇଆର୍ ଦାଏର କରିବା ସହ ବରଖାସ୍ତ କରିବା ଲାଗି ଆବଶ୍ୟକ ପଦକ୍ଷେପ ନେବାକୁ କୁହାଯାଇଛି। ଏଥିସହ ଦୁଇ ମାସ ଭିତରେ ସାର୍ଟିଫିକେଟ୍ ଯାଞ୍ଚ କରି ଜିଲ୍ଲାପାଳ ଆକ୍ସନ ଟେକେନ୍ ରିପୋର୍ଟ ଦେବେ ବୋଲି ଓସେପାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି।

By amfnews

Related Post