Tue. Mar 10th, 2026
147 Views

ଭୁବନେଶ୍ବର : ଜାରି ରହିବ କୋହଲା ପାଗ। ବଡ଼ ବର୍ଷା ନ ଥିଲେ ମଧ୍ୟ ଚଳିତ ସପ୍ତାହରେ ସାରା ରାଜ୍ୟରେ ସ୍ବଳ୍ପ ବର୍ଷା ଲାଗିରହିବ। ମଙ୍ଗଳବାର ଅର୍ଧାଧିକ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ତେବେ ଏହାପରେ ପାଗରେ ପରିବର୍ତନ ଆସିବ। ୧୦ ତାରିଖରେ ସେଭଳି ବର୍ଷା ହେବାର ନାହିଁ। ୧୧ ତାରିଖ ବେଳକୁ ସାମାନ୍ୟ ବଢ଼ିପାରେ ବୋଲି ଆକଳନ କରିଛି ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।

ଆହୁରି କୁହାଯାଇଛି ଯେ ମଙ୍ଗଳବାର ପୂର୍ବାହ୍ନଠାରୁ ବୁଧବାର ମଧ୍ୟାହ୍ନ ମଧ୍ୟରେ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, କଟକ, ଦେବଗଡ଼, ଯାଜପୁର ଓ କୋରାପୁଟ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ଏଥିସହ ଉତ୍ତର ଓଡ଼ିଶା ଓ ଖୋର୍ଧା ଜିଲ୍ଲାର ଗୋଟିଏ ଦୁଇଟି ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ବଜ୍ରପାତ ହେବାର ସମ୍ଭାବନା ଅଧିକ। ଏଥିପ୍ରତି ଲୋକେ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି। ଉତ୍ତର ବଙ୍ଗୋପସାଗର ଓ ଓଡ଼ିଶା ଉପକୂଳରେ ସମୁଦ୍ର ଅଶାନ୍ତ ରହିବ। ତେଣୁ ମତ୍ସ୍ୟଜୀବୀମାନେ ସମୁଦ୍ରକୁ ଯିବା ସମୟରେ ସତର୍କତା‌ ଅବଲମ୍ବନ କରିବାକୁ କୁହାଯାଇଛି। ଅନ୍ୟପକ୍ଷରେ ଗତ ୩୬ ଘଣ୍ଟା ମଧ୍ୟରେ ସାରା ଓଡ଼ିଶାରେ ବର୍ଷା ହୋଇଛି। ହୀରାକୁଦରେ ୨୫.୭ ମିମି ବର୍ଷା ହୋଇଥିବା ବେଳେ ମାଲକାନଗିରିରେ ୨୨.୬, ଚାନ୍ଦବାଲିରେ ୨୦.୨, କୋରାପୁଟରେ ୧୨.୮, ସମ୍ବଲପୁରରେ ୧୦.୬, ଭୁବନେଶ୍ବରରେ ୯ ମିମି ବର୍ଷା ହୋଇଛି। ତେବେ ଆଜି ଦିନରେ ବାଲେଶ୍ବର ଓ ଚାନ୍ଦବାଲିର ତାପମାତ୍ରା ବୃଦ୍ଧି ପାଇଛି। ଚାନ୍ଦବାଲିର ତାପମାତ୍ରା ୩୫.୨ ଡିଗ୍ରି ଥିବା ବେଳେ ବାଲେଶ୍ବରରେ ୩୫ ଡିଗ୍ରି ରହିଥିଲା।

By amfnews

Related Post