Sun. Nov 3rd, 2024

ଜାମ୍ମୁକାଶ୍ମୀର ସଂକ୍ରାନ୍ତ ସଂକଳ୍ପକୁ ବିଜେଡିର ସମର୍ଥନ

By amfnews Aug 5, 2019 #Featured
121 Views

ନୂଆଦିଲ୍ଲୀ  :  ସମ୍ବିଧାନର ୩୭୦ ଧାରା ଉଚ୍ଛେଦ ଏବଂ ଜମ୍ମୁକାଶ୍ମୀରରେ ବିଭାଜନ ପାଇଁ ରାଜ୍ୟସଭାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଗତ ସଂକଳ୍ପକୁ ବିଜୁ ଜନତା ଦଳ ବା ବିଜେଡି ସମର୍ଥନ କରିଛି | ରାଜ୍ୟସଭାରେ ବିଜେଡି ସଂସଦ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ଯେ ଜାମ୍ମୁ କାଶ୍ମୀର ଏବେ ଭାରତର ଅଂଶ ହୋଇଯାଇଛି | ବିଜେଡି ଏକ ଆଞ୍ଚଳିକ ରାଜନୈତିକ ଦଳ ହୋଇଥିଲେ ବି ଦେଶର ଏକତା ଓ ଅଖଣ୍ଡତାକୁ ଏହା ପ୍ରାଥମିକତା ଦିଏ | ବିଜେଡି ଭଳି ବିଏସପି ଓ ଏଆଇଡ଼ିଏମକେ ଏହାକୁ ସମର୍ଥନ କରିଛନ୍ତି |

ଏଠାରେ ସୂଚନା ଥାଉ କି ଲଦାଖ ଏବଂ ଜମ୍ମୁ ଓ କଶ୍ମୀରକୁ ପୃଥକ୍‌ କେନ୍ଦ୍ରଶାସିତ ଅଞ୍ଚଳ କରାଯିବା ଲାଗି ସୋମବାର ଦିନ ରାଜ୍ୟସଭାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଅନ୍ୟ ଏକ ପ୍ରସ୍ତାବ ରଖିଥିଲେ । ସେ କହିଛନ୍ତି କି, କେନ୍ଦ୍ର ଶାସିତ ଅଞ୍ଚଳ ଲଦାଖର ଚଣ୍ଡୀଗଡ଼ ପରି ବିଧାନସଭା ରହିବ ନାହିଁ, କିନ୍ତୁ ଜମ୍ମୁ ଓ କଶ୍ମୀରରେ ଦିଲ୍ଲୀ ଏବଂ ପୁଡୁଚେରୀ ପରି ବିଧାନସଭା କରିବାକୁ ସରକାର ପ୍ରସ୍ତାବ ଦେଇଛନ୍ତି।

By amfnews

Related Post