Tue. Mar 10th, 2026

ଜାଭିୟର୍ ଛକରେ ବୋମାମାଡ଼, ଜଣେ ଗୁରୁତର

179 Views

ଚନ୍ଦ୍ରଶେଖରପୁର : ଆଜି ରାତିରେ ଜାଭିୟର୍ ଛକରେ କିଛି ଦୁର୍ବୃତ୍ତ ଏକ ଚା’ ଦୋକାନ ଉପରକୁ ବୋମାମାଡ଼ କରିଛନ୍ତି। ଏଥିରେ ସୁଶାନ୍ତ ନାମକ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ଚନ୍ଦ୍ରଶେଖରପୁର ଓ ନୂଆପଲ୍ଲୀ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ସୂଚନା ଅନୁଯାୟୀ, ରାତି ପ୍ରାୟ ୧୦ଟା ‌୨୦ ମିନିଟ୍‌ରେ ଉକ୍ତ ଚା’ ଦୋକାନ ନିକଟରେ ସ୍ଥାନୀୟ ଯୁବକମାନେ ବସିଥିବା ବେଳେ ଦୁଇ ଜଣ ଯୁବକ ଏକ କଳା ରଙ୍ଗର ବାଇକ୍‌ରେ ଆସି ବୋମା ମାଡ଼ କରି ଫେରାର୍‌ ହୋଇଯାଇଥ‌ିଲେ। ଉକ୍ତ ଅଞ୍ଚଳରେ ପୂର୍ବରୁ ଗଣ୍ଡଗୋଳ କରି ଜେଲ୍ ଯାଇଥିବା ‌ଜଣେ ଯୁବକକୁ ଏହି ଘଟଣା ପାଇଁ ସନ୍ଦେହ କରାଯାଉଛି। ସ୍ଥାନୀୟ ଯୁବକଙ୍କ କହିବା ଅନୁଯାୟୀ କିଛି ବେନାମୀ ନମ୍ବରରୁ ସେମାନଙ୍କ ପାଖରୁ ବାରମ୍ବାର ହତ୍ୟା ଧମକ ଆସୁଥିଲା। ଯାହାକୁ ନେଇ ଆଜି ବୋମାମାଡ଼ କରାଯାଇଛି। ବ୍ୟ‌ାବସାୟିକ ଶତ୍ରୁତାରୁ ବୋମାମାଡ଼ ‌କରାଯାଇଥିବା ନୂଆପଲ୍ଲୀ ଥାନା ଅଧିକାରୀ କହିଛନ୍ତି।

By amfnews

Related Post