ଟୋକିଓ, ସେପ୍ଟେମ୍ବର ୦୭ : ଜପାନ ସରକାର ମହାବାତ୍ୟା ଭୟରେ ଦେଶର ୮ ଲକ୍ଷ ୧୦ ହଜାର ଲୋକଙ୍କୁ ଉପକୂଳବର୍ତ୍ତୀ ଅଂଚଳରୁ ସୁରକ୍ଷିତ ସ୍ଥାନକୁ ପଠାଇଛନ୍ତି। ଏଥି ସହିତ ସରକାର ଉପକୂଳ ଅଂଚଳର ଲୋକଙ୍କୁ ସତର୍କତା ପାଳନ କରିବାକୁ ପରାମର୍ଶ ଦେଇଛନ୍ତି। ଏହି ଲୋକମାନେ ଜାପାନର ଦକ୍ଷିଣ ପଶ୍ଚିମ ଅଂଚଳରେ ରହୁଛନ୍ତି। ଜାପାନ ସରକାର ରବିବାର ଦକ୍ଷିଣ ଉପକୂଳ ଖାଲି କରିବାକୁ ଆଦେଶ ଦେଇଛନ୍ତି ।
ସୂଚନାଯୋଗ୍ୟ, ଆଜି ଜାପାନରେ ମହାବାତ୍ୟା ‘ହ୍ୟୁଶେନ’ ଆସିବାର ଅନୁମାନ କରାଯାଉଛି। ଜାପାନର ପ୍ରତିରକ୍ଷା ମନ୍ତ୍ରୀ ତାରୋ କୋନା ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।
ଜାପାନର ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ସମସ୍ତଙ୍କୁ ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଉଛି। ସ୍ଥାନୀୟ ଅଧିକାରୀଙ୍କ ନିର୍ଦ୍ଦେଶ ପାଳନ କରୁନ୍ତୁ ଏବଂ ନିଜର ଜୀବନକୁ ରକ୍ଷା କରନ୍ତୁ। କାରଣ ଯଦି ଆକସ୍ମିକ ଭାବେ ବଡ଼ ବାତ୍ୟା ଆସେ, ତାହେଲେ ଖସିଯିବା ସମ୍ଭବପର ନୁହେଁ। ତେଣୁ ନିୟମ ପାଳନ କଲେ ଭଲ। ଜଣେ ଅଧିକାରୀ କହିଛନ୍ତି, ଯେଉଁ ପଥ ଦେଇ ବାତ୍ୟା ଯାଇଥାଏ, ଭୟଙ୍କର କ୍ଷତି ହୋଇଥାଏ। ସମ୍ଭାବିତ ବାତ୍ୟାକୁ ଦୃଷ୍ଟିରେ ରଖି ୧୦୦ ବିମାନ ଉଡାଣ ବାତିଲ କରି ଦିଆଯାଇଛି। ମୁକାବିଲା ଲାଗି ୨୨ ହଜାର ସୈନିକ ମୁତୟନ କରାଯାଇଛି। ବାତ୍ୟାର ବେଗ ଘଣ୍ଟା ପିଛା ୨୫୨ କିଲୋମିଟର ରହିପାରେ। ସେହିଭଳି ଏହି ସମୟରେ ପବନର ବେଗ ଘଣ୍ଟା ପିଛା ୧୮୦ କିଲୋମିଟର ରହିବ।