Tue. Mar 10th, 2026

ଜାତିସଂଘ ମାନବାଧିକାର ବୈଠକରେ କଶ୍ମୀର ପ୍ରସଙ୍ଗରେ ପାକିସ୍ତାନକୁ ଜବାବ ଦେବ ଭାରତ

317 Views

ନୂଆଦିଲ୍ଲୀ  : ଆଜିଠୁ ଜେନେଭାରେ ଜାତିସଂଘର ମାନବାଧିକାର ପରିଷଦ ବୈଠକ ଆରମ୍ଭ ହୋଇଛି। କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବାକୁ ନେଇ ଏହି ବୈଠକରେ ଆଲୋଚନା ହେଉଛି। ୧୩ ତାରିଖ ଯାଏ ଏହି ବୈଠକ ଚାଲିବ। ପାକିସ୍ତାନରୁ ତାଙ୍କ ବୈଦେଶିକ ମନ୍ତ୍ରୀ ମହମ୍ମଦ କୁରେଶୀ ପ୍ରତିନିଧିତ୍ୱ କରୁଥିବା ବେଳେ ଭାରତ ପକ୍ଷରୁ ରାଷ୍ଚ୍ରଦୂତ ରାଜୀବ କୁମାର ଏବଂ ଅଜୟ ବିଶରିଆ ଯୋଗ ଦେଇଛନ୍ତି। ଏବି ବୈଠକରେ ଭାରତ ସମେତ ୪୭ଟି ଦେଶର ପ୍ରମୁଖ ଅଧିକାରୀ ସାମିଲ୍ ହୋଇଛନ୍ତି। ରାଜୀବ କୁମାର ଜାତିସଂଘରେ ଭାରତର ରାଷ୍ଟ୍ରଦୂତ ଥିବା ବେଳେ ଅଜୟ ବିଶରିଆ ଅଗଷ୍ଟ ୫ ଯାଏ ପାକିସ୍ତାନର ରାଷ୍ଟ୍ରଦୂତ ଥିଲେ।

ଜାତିସଂଘର ମାନବ ଅଧିକାର ପରିଷଦ ଦ୍ୱାରା ଆୟୋଜିତ ଏହି ବୈଠକରେ ପାକିସ୍ତାନକୁ କଡ଼ା ଜବାବ ଦେବା ପାଇଁ ଭାରତ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି। ଏହି ବୈଠକରେ ୟୁରୋପୀୟ ଦେଶର ଅଧିକାରୀଙ୍କ ଗୁରୁତ୍ୱ ରହିଛି। ଭାରତ ଏହି ଦେଶର ଅଧିକାରୀଙ୍କ ମଧ୍ୟ ପୂର୍ବରୁ ଭଲ ସମ୍ପର୍କ ରଖିଛି।

ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଅଳ୍ପ ସଂଖ୍ୟକ ଲୋକ ନିର୍ଯାତନାର ଶିକାର ହେଉଛନ୍ତି ବୋଲି ପାକିସ୍ତାନ ଅଭିଯୋଗ ଆଣିବ ବୋଲି ଜଣାପଡ଼ିଛି। ଯାହାର ଜବାବ ଦେବା ପାଇଁ ଭାରତ ମଧ୍ୟ ପ୍ରସ୍ତୁତି କରିଛି। ଏଥିସହ ପାକିସ୍ତାନ ଅଧିକୃତ କଶ୍ମୀର, ଗିଲଗିଟରେ ଦେଖାଦେଇଥିବା ହିଂସା ବାବଦରେ ମଧ୍ୟ ଭାରତ ସ୍ୱର ଉଠାଇବ ବୋଲି ଜଣାପଡ଼ିଛି।

ନିକଟରେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ତଥା ପୂର୍ବତନ ରାଷ୍ଟ୍ରଦୂତ ୟୁରୋପୀୟ ଦେଶର ଅଧିକାରୀଙ୍କୁ ଭେଟିଥିଲେ। ଯେଉଁଥିରେ କଶ୍ମୀର ପ୍ରସଙ୍ଗରେ ଭାରତ ଆଲୋଚନା କରିଥିଲା। ତେଣୁ ଭାରତ ଏବେ ଏହି ବୈଠକରେ ୟୁରୋପୀୟ ଦେଶ ମଧ୍ୟରେ ଥିବା ଇଟାଲୀ, ସ୍ପେନ୍, ହୁଙ୍ଗେରୀ, ବୁଲଗାରିଆ, ନରୋଓ୍ୱେ, ବେଲଜିୟମ ଏବଂ ନେଦରଲ୍ୟାଣ୍ଡ ପାଖରୁ ସମର୍ଥନ ପାଇବ ବୋଲି ଆଶା ରଖିଛି।

ଅନ୍ୟପଟେ ଜାପାନ୍, ଆଫଗାନିସ୍ତାନ, ବାଂଲାଦେଶ, ନେପାଳ, ଇଜିପ୍ଟ, ସାଉଥ ଆଫ୍ରିକା, ଅଷ୍ଟ୍ରେଲିଆ, ସାଉଦି ଆରବ, ୟୁଏଇ, ବାହାରିନ୍ ଏବଂ କାତାର ଭଳି ଦେଶ ପାଖରୁ ମଧ୍ୟ ଭାରତ ସମର୍ଥନ ଆଶା ରଖିଛି।

By amfnews

Related Post