Sat. Mar 7th, 2026

ଜଳିଗଲା ପାଉଁଶ ବୋଝେଇ ଟ୍ରକ୍‌

171 Views

ଉଦଳା : ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅନ୍ତର୍ଗତ କେନାଲ୍‌ ଛକ ନିକଟରେ ଏକ ପାଉଁଶ ବୋଝେଇ ଟ୍ରକ୍‌ ଭାରସାମ୍ୟ ହରାଇ ରାସ୍ତାପାର୍ଶ୍ୱକୁ ଓଲଟି ପଡ଼ିବା ପରେ ଏଥିରେ ନିଆଁ ଲାଗି ଯାଇଥିଲା।  ଆଖି ପିଛୁଳାକେ ହୁତୁହୁତୁ ହୋଇ ଟ୍ରକ୍‌ଟି ଜଳିଯାଇଥିଲା। ଏହାଦେଖି ସ୍ଥାନୀୟ ଲୋକେ ଖୁଣ୍ଟା ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ।truck

ଆଜି ସକାଳ ପ୍ରାୟ ସାଢ଼େ ସାତଟାରେ ଏହି ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣାରେ ଟ୍ରକ୍‌ ଡ୍ରାଇଭର ଓ ଖଲାସୀ ସୁରକ୍ଷିତ ଥିବା ଜଣାପଡ଼ିଛି। ଟ୍ରକ୍‌ଟି ବାରିପଦାରୁ ଖୁଣ୍ଟା ଆସୁଥିଲା। ତେବେ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି। ପୁଲିସ୍‌ ଘଟଣାର ତଦନ୍ତ କରୁଛି।

By amfnews

Related Post