Sun. Mar 8th, 2026
151 Views

ବାଙ୍କି  : କଟକ ଜିଲ୍ଲା ବାଙ୍କି ଥାନା ଅନ୍ତର୍ଗତ ଶିଶୁଆ ଛକରେ ତିନୋଟି ଦୋକାନ ଘରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଜିନିଷପତ୍ର ପୋଡ଼ି ପାଉଁଶ ହୋଇଯାଇଛି। ବାଙ୍କି ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ତେବେ ସେତେବେଳକୁ ସବୁ ପୋଡ଼ି ପାଉଁଶ ହୋଇଯାଇଥିଲା।

ବିଦ୍ୟୁତ୍ ସର୍ଟସର୍କିଟରୁ ଏହି ଅଗ୍ନିକାଣ୍ଡ ହୋଇଥିବା ଅନୁମାନ କରାଯାଉଛି। ଗତକାଲି ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିଥିଲା।  ନିଆଁରେ ଦୁଇଟି ଜଳଖିଆ ଦୋକାନ ଓ ଗୋଟିଏ ତେଜରାତି ଦୋକାନରେ ପୋଡ଼ି ଯାଇଛି।

By amfnews

Related Post