229 Views
ଶ୍ରୀନଗର, ଜୁଲାଇ ୧୩ : ଜମ୍ମୁ-କାଶ୍ମୀରରେ ଆଜି ପୁଣି ଆତଙ୍କବାଦୀମାନେ ସିଆରପିଏଫ କମାଣ୍ଡୋଙ୍କ ଉପରେ ଆକ୍ରମଣ କରିଛନ୍ତି । ଏହି ଆକ୍ରମଣରେ ଦୁଇ ଜଣ ଯବାନ ସହିଦ୍ ହୋଇଥିବା ସୂଚନା ମିଳିଛି । ଆହୁରି ମଧ୍ୟ ୩ଜଣ ଯବାନ ଆହତ ହୋଇଥିବା ଜଣା ପଡିଛି ।
ଏହି ଆକ୍ରମଣରେ ଜଣେ ସାଧାରଣ ନାଗରିକ ମଧ୍ୟ ଆହତ ହୋଇଛନ୍ତି । ଆତଙ୍କବାଦୀମାନେ ଦକ୍ଷିଣ କାଶ୍ମୀର ଅନନ୍ତନାଗ ଅଂଚଲରେ କମାଣ୍ଡୋଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲେ । ପରେ ଆକ୍ରମଣ କରି ଫୋରର ହୋଇ ଯାଇଥିଲେ ଆତଙ୍କବାଦୀ । ତେବେ ସୁରକ୍ଷାକର୍ମୀଙ୍କ ପକ୍ଷରୁ କମ୍ବିଂକୁ ଜୋରଦାର କରାଯିବା ସହ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଛି ।
ସେହିପରି ଦକ୍ଷିଣ କାଶ୍ମୀରରେ ଆତଙ୍କବାଦୀମାନେ ଏକ ପୋଲିସ୍ ଷ୍ଟେସନ ଉପରେ ମଧ୍ୟ ଆକ୍ରମଣ କରିଛନ୍ତି । ୟେରିପୋରା ଥାନାରେ ହୋଇଥିବା ଆକ୍ରମଣରେ କୌଣସି ମୃତାହତର ସୂଚନା ମିଳିପାରି ନାହିଁ ।