Sat. Nov 23rd, 2024

ଜମ୍ମୁ କଶ୍ମୀର: ସନ୍ଦିଗ୍ଧ ପରିସ୍ଥିତିରେ ଗୁଳିମାଡ଼ ହେବାରୁ ସୀମା ସୁରକ୍ଷା ବାହିନୀର ଯବାନ ଗୁରୁତର

By amfnews Jul 26, 2020 #Featured
134 Views

ଶ୍ରୀନଗର, ଜୁଲାଇ ୨୬ : ଜମ୍ମୁ କଶ୍ମୀରର କାଠୁଆ ଜିଲ୍ଲାର ସବ ସେକ୍ଟର ହୀରାନଗରର ଅନ୍ତର୍ଜାତୀୟ ସୀମା ରେଖାସ୍ଥିତ ପୋଷ୍ଟରେ ଶନିବାର ସନ୍ଧ୍ୟାରେ ସନ୍ଦିଗ୍ଧ ପରିସ୍ଥିତିରେ ଜଣେ ଯବାନ ଗୁଳିମାଡ଼ ହେବାରୁ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଯବାନ ହେଲେ ଏସ ତ୍ରିମୂର୍ତ୍ତି । ଜାତୀୟ ଗଣମାଧ୍ୟମ ସଂସ୍ଥାର ରିପୋର୍ଟ ଅନୁସାରେ ବିଏସଏଫ ଯବାନଙ୍କ ମୁହଁରେ ଗୁଳିମାଡ଼ ହୋଇଛି । ଗୁରୁତର ଅବସ୍ଥାରେ ତାଙ୍କୁ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏଠାରେ ପ୍ରାଥମିକ ଚିକିତ୍ସା ପରେ ଗୁରୁତର ଯବାନଙ୍କୁ ଜମ୍ମୁ ସ୍ଥାନାନ୍ତର କରାଯାଇଛି । କିନ୍ତୁ କିଭିଳି ପରିସ୍ଥିତିରେ ଯବାନଙ୍କ ଶରୀରରେ ଗୁଳି ବାଜିଥିଲା, ତାହା ସ୍ପଷ୍ଟ ହୋଇପାରି ନାହିଁ ।

କିଛି ଦିନ ପୂର୍ବରୁ ସାମ୍ବା ଜିଲ୍ଲାରେ ଚଳିତ ମାସ ଆରମ୍ଭରେ ବିଏସଏଫ କ୍ୟାମ୍ପରେ ପାର୍ସଲ ବୋମା ମିଳିବା ଘଟଣାରେ ଜଣେ ଯବାନଙ୍କୁ ଗିରଫ କରାଯାଇଥିଲା । ବୁଧବାର ଗଣମାଧ୍ୟମୁ ଏହି ସୂଚନା ଦିଆଯାଇଥିଲା । ସେହିପରି କୋଲକାତା ନିବାସୀ ସମରପାଳଙ୍କୁ ଜାନୁଆରୀ ୧୦ରେ ହୁବଲି ଅଚଂଳରୁ ତାଙ୍କୁ ଅଟକ ରଖାଯାଇଥିଲା । ପରେ ତାଙ୍କୁ ଗିରଫ କରାଯାଇଥିଲା । ସୂତ୍ର ଅନୁସାରେ ସମଳପାଳ ବିସ୍ଫୋରକ ବିଶେଷଜ୍ଞ ଥିଲା ଏବଂ କୁହାଯାଇଥାଏ ଯେ, ଆଇଇଡି ତିଆରି କରି ନିଜର ସହଯୋଗୀ କମାଣ୍ଡର ଠାରୁ ପ୍ରତିଶୋଧ ନେବାକୁ ଚାହୁଁଥିଲା ।

By amfnews

Related Post