Mon. Jan 13th, 2025

ଜମ୍ମୁ କଶ୍ମୀର ବିଧାନସଭା ଭଙ୍ଗ ଘୋଷଣା ପରେ ରାଜ୍ୟପାଳଙ୍କୁ ସମର୍ଥନ ଜଣାଇଲା ବିଜେପି

By amfnews Nov 22, 2018 #Featured
421 Views

ଶ୍ରୀନଗର, ନଭେମ୍ବର ୨୨: ରାଜ୍ୟପାଳ ସତ୍ୟପାଳ ମଲିକଙ୍କ ଦ୍ୱାରା ବୁଧବାର ରାତି ବିଧାନସଭା ଭଙ୍ଗ କରାଯିବା ପରେ ଜମ୍ମୁ କଶ୍ମୀରରେ ରାଜନୈତିକ ଉଷ୍ଣତା ବଢ଼ିଛି । ମୁଖ୍ୟତଃ ପିପୁଲସ ଡେମୋକ୍ରାଟ୍ସ ପାର୍ଟି (ପିଡିପି), ନ୍ୟାସନାଲ କନଫ୍ରେନ୍ସ ଏବଂ କଂଗ୍ରେସ ଉତ୍ତେଜିତ ଥିବା ବେଳେ ରାଜ୍ୟପାଳ ସତ୍ୟପାଳ ମଲିକଙ୍କ ନିଷ୍ପତ୍ତିକୁ ଭାରତୀୟ ଜନତା ପାର୍ଟି ସ୍ୱାଗତ ଜଣାଇଛି । ନ୍ୟାସନାଲ କନଫ୍ରେନ୍ସ ଏବଂ କଂଗ୍ରେସ ସହଯୋଗରେ ପିଡିପି ଅଧ୍ୟକ୍ଷା ମେହବୁବା ମୁଫତିଙ୍କ ନେତୃତ୍ୱରେ ସରକାର ଗଢ଼ାଯିବା ପୂର୍ବରୁ ରାଜ୍ୟପାଳ ସତ୍ୟପାଳ ମଲିକ ବିଧାନସଭାକୁ ଭଙ୍ଗ କରିଦେଇଛନ୍ତି । ରାଜ୍ୟପାଳ ଏହାକୁ ଭଙ୍ଗ କରିବାର ପଛରେ ୪ଟ ପ୍ରମୁଖ କାରଣ ରହିଛି । ଅନ୍ୟପକ୍ଷରେ ପିଡିପି ଏବଂ ତା’ର ସହଯୋଗୀ ଦଳମାନେ ରାଜ୍ୟପାଳ ଓ ବିଜେପିକୁ ସମାଲୋଚନା କରିଛନ୍ତି ।

ଏହି ଘଟଣାକ୍ରମରେ ବିଜେପି ନିଜର ପ୍ରତିକ୍ରିୟାରେ କହିଛି, ଜମ୍ମୁ କଶ୍ମୀରରେ ଏହା ହେଉଛି ଭଲ ବିକଳ୍ପ । ଏଠାରେ ଖୁବ ଶୀଘ୍ର ନୂଆ ବିଧାନସଭା ପାଇଁ ନିର୍ବାଚନ କରାଯିବା ଦରକାର । ବିଜେପି ବିରୋଧୀ ପାର୍ଟିଙ୍କ ଦ୍ୱାରା ପ୍ରସ୍ତାବିତ ମେଣ୍ଟକୁ ନିନ୍ଦା କରିବାକୁ ଯାଇ କହିଛି, ଆତଙ୍କ-ଅନୁକୁଳ ପାର୍ଟିର ମେଣ୍ଟ । ଜମ୍ମୁ କଶ୍ମୀରରେ ସରକାର ଗଢ଼ିବା ପାଇଁ ପ୍ରତିଦ୍ୱନ୍ଦୀଙ୍କ ଦାବୀ ପୂର୍ବରୁ ରାଜ୍ୟପାଳ ବିଧାନସଭା ଭଙ୍ଗ କରିଛନ୍ତି । ଏହା ପରେ ବିଜେପି ଟୁଇଟରରେ କହିଛି ସୁରକ୍ଷା ଦୃଷ୍ଟିରୁ ରାଜ୍ୟପାଳ ଭଲ ନିଷ୍ପତ୍ତି ନେଇଛନ୍ତି ।

ବୟାନରେ ବିଧାନସଭା ଭଙ୍ଗ କରିବା ପଛରେ ୪ଟି କାରଣ ରହିଛି ବୋଲି ଜଣାପଡ଼ିଛି । ବିରୋଧୀ ବିଚାରଧାରାରେ ରାଜନୈତିକ ଦଳମାନେ ସ୍ଥାୟୀ ସରକାର ଦେବା ଅସମ୍ଭବ । ସବୁଠାରୁ ବଡ଼କଥା ଯେ, ମେଣ୍ଟରେ ଯେଉଁ ଦଳମାନେ ଅଛନ୍ତି, ବିଧାନସଭା ଭଙ୍ଗ କରିବାକୁ ଅନେକ ସମୟରେ ଦାବି କରିଛନ୍ତି । ବିଗତ କିଛି ବର୍ଷର ଅଭିଜ୍ଞତାରୁ ଯାହା ଜଣାପଡ଼ିଛି, ଅସ୍ପଷ୍ଟ ବହୁମତ, ବିଧାନସଭାର ବର୍ତ୍ତମାନ ସ୍ଥିତି, ସମାନ ବିଚାରଧାରା ରଖିଥିବା ମେଣ୍ଟରେ ସ୍ଥାୟୀ ସରକାର ଗଢ଼ିବା ସହଜ ନୁହେଁ ।

By amfnews

Related Post