Sun. Mar 8th, 2026

ଜମ୍ମୁ କଶ୍ମୀରର ପ୍ରତି ଗାଁରେ ବିକାଶର ଡେଙ୍ଗୁରା ପିଟିବେ କେନ୍ଦ୍ରମନ୍ତ୍ରୀ

346 Views

ନୂଆଦିଲ୍ଲୀ  :   ଜମ୍ମୁ କଶ୍ମୀରର ପ୍ରତି ଗାଁ ଓ ସହରରେ ବିକାଶ ଓ କେନ୍ଦ୍ରର ସମସ୍ତ ଯୋଜନାର ବାର୍ତ୍ତା ନେଇ ଜମ୍ମୁ କଶ୍ନୀର ଯିବେ କେନ୍ଦ୍ରମନ୍ତ୍ରୀ। ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଭଳି ପରାମର୍ଶ ଦେଇଛନ୍ତି। କେବଳ ସହର ନୁହେଁ ଗାଁରେ ମଧ୍ୟ ବିକାଶର ବାର୍ତ୍ତା ପହଞ୍ଚାଇବାକୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ।

ଜମ୍ମୁ କଶ୍ମୀରର ମୁଖ୍ୟ ସଚିବ ବିଭିଆର ସୁବ୍ରମଣ୍ୟମ ସମୀକ୍ଷା ବୈଠକ ପରେ ଏହା କହିଛନ୍ତି। ଏଥିପାଇଁ ୩୮ କେନ୍ଦ୍ରମନ୍ତ୍ରୀ ଆଜିଠାରୁ ୨୪ ତାରିଖ ମଧ୍ୟରେ ୬୦ଟି ସ୍ଥାନରେ ପ୍ରଚାର କରିବେ। ଜମ୍ମୁରେ ୫୧ଟି ପ୍ରଚାର କଶ୍ମୀରରେ ୮ଟି ପ୍ରଚାର ହେବ। ଏଥିପାଇଁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସମନ୍ୱୟ ରକ୍ଷା କରିବ। ଦିଲ୍ଲୀରେ ମନ୍ତ୍ରୀ ପରିଷଦ ବୈଠକ ବସିଥିଲା। ଏହି ବୈଠକରେ କେନ୍ଦ୍ରମନ୍ତ୍ରୀଙ୍କୁ ଜମ୍ମୁର ଗାଁ ଲୋକଙ୍କ ସହ ଆଲୋଚନା କରି ବିକାଶର ବାର୍ତ୍ତା ପହଞ୍ଚାଇବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି।

ପ୍ରଚାର କରିବାକୁ ଥିବା ମନ୍ତ୍ରୀଙ୍କ ମଧ୍ୟରେ ସ୍ମୃତି ଇରାନୀ, ପୀୟୂଷ ଗୋଏଲ, ଜି କିଶନ ରେଡ୍ଡୀ, ରବି ଶଙ୍କର ପ୍ରସାଦ, ଅନୁରାଗ ଠାକୁର, ଗିରିରାଜ ସିଂହ, ପ୍ରହ୍ଲାଦ ଜୋଶୀ, ରମେଶ ପୋଖରିୟାଲ ନିଶଙ୍କ, ଜିତେନ୍ଦ୍ର ସିଂହ ଇତ୍ୟାଦି ମନ୍ତ୍ରୀ ରହିଛନ୍ତି।

By amfnews

Related Post