Mon. Nov 25th, 2024

ଜମ୍ମୁ-କଶ୍ମୀରରେ ଜାତୀୟ ସୁରକ୍ଷା ପରାମର୍ଶଦାତା, ସ୍ଥିତି ସମୀକ୍ଷା ପରେ ଦେଲେ ଏମିତି ରିପୋର୍ଟ

By amfnews Aug 6, 2019 #Featured
84 Views

ନୂଆଦିଲ୍ଲୀ: ଧାରା ୩୭୦ ଉଚ୍ଛେଦ ହେବା ପରେ ଜମ୍ମୁ-କଶ୍ମୀରରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ। ସେ ଆଜି ସକାଳୁ ଜମ୍ମୁ-କଶ୍ମୀରର ଶ୍ରୀନଗରରେ ପହଞ୍ଚି ଗ୍ରାଉଣ୍ଡ ଜିରୋର ସ୍ଥିତି ଦେଖିଥିଲେ। ଏହାପରେ ସେ ବରିଷ୍ଠ ସେନା ଅଧିକାରୀଙ୍କ ସହ ଜମ୍ମୁ-କଶ୍ମୀର ସ୍ଥିତି ସମ୍ପର୍କରେ ଆଲୋଚନା ମଧ୍ୟ କରିଛନ୍ତି।

ଧାରା ୩୭୦ ଉଚ୍ଛେଦ ଓ ଜମ୍ମୁ-କଶ୍ମୀରକୁ ଦୁଇ ଭାଗ କରାଯାଇଥିବାରୁ ବିଚ୍ଛିନ୍ନତାବାଦୀମାନେ ସାଧାରଣ ଲୋକଙ୍କ ଏହା ବିରୋଧରେ ଉସକାଉଥିବାର ଖବର ଆସିଛି। ତେବେ ବିଚ୍ଛିନ୍ନତାବାଦୀଙ୍କ ଏହି ଯୋଜନାକୁ ସୁରକ୍ଷାକର୍ମୀମାନେ ବେଶ ପ୍ରଶଂସନୀୟ ଢଙ୍ଗରେ ପଣ୍ଡ କରିବାକୁ ଏଯାଏ ସମର୍ଥ ହୋଇଛନ୍ତି।

ସ୍ଥିତି ସମୀକ୍ଷା ପରେ ଶ୍ରୀ ଡୋଭାଲ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟକୁ ଜମ୍ମୁ-କଶ୍ମୀରର ସ୍ଥିତି ସମ୍ପର୍କରେ ରିପୋର୍ଟ ଦେଇଛନ୍ତି। ଏଥିରେ ସେ ଜମ୍ମୁ-କଶ୍ମୀରରେ ସବୁ କିଛି ଠିକ୍‌ ଠାକ ଥିବା ଉଲ୍ଲେଖ କରିଛନ୍ତି। ଏଥିସହ ଜମ୍ମୁ-କଶ୍ମୀରରେ ବର୍ତ୍ତମାନ ଶାନ୍ତି ପ୍ରତିଷ୍ଠା ହୋଇଛି ଏବଂ କେଉଁ ଠି ବି କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରାଯାଇ ନାହିଁ।

ସ୍ୱରାଷ୍ଟ୍ର ମନ୍ତ୍ରୀ ଶାନ୍ତି ଫେରିଲେ ପୁଣିଥରେ ଜମ୍ମୁ-କଶ୍ମୀରକୁ ରାଜ୍ୟ ମାନ୍ୟତା ଦେବାକୁ ଘୋଷଣା କରିଥିବାରୁ, ଲୋକମାନେ ଏହାକୁ ନେଇ ବେଶ ଖୁସି ରହିଛନ୍ତି। କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରର ବିକାଶକୁ ଗୁରୁତ୍ୱ ଦେଉଥିବା କଥା ଲୋକେ ବୁଝିଛନ୍ତି। ତଥାପି କଶ୍ମୀର ରାଜନେତାମାନେ ସାଧାରଣ ଲୋକଙ୍କ କେନ୍ଦ୍ର ବିରୋଧରେ ଉସକାଇବାକୁ ଚେଷ୍ଟା କରୁଥିବା ଡୋଭାଲ ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଥିବା ଜଣାପଡ଼ିଛି।

By amfnews

Related Post