Wed. Mar 11th, 2026

ଜମ୍ମୁ କଶ୍ମୀରରେ ଖୋଲିଲା ସମସ୍ତ ସ୍କୁଲ ଓ କଲେଜ

161 Views

ଶ୍ରୀନଗର  :   ନବଗଠିତ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ କଶ୍ମୀରରେ ଆଜି ସ୍କୁଲ, କଲେଜ ସମେତ ସମସ୍ତ ସରକାରୀ କାର୍ଯ୍ୟାଳୟ ଖୋଲିଛି। ଦୀର୍ଘ ୨ ସପ୍ତାହ ପରେ ଆଜି ୧୯୦ଟି ସ୍କୁଲ ଓ କଲେଜ ଖୋଲିଥିବା ଶ୍ରୀନଗର ଡେପୁଟି କମିଶନର ଶାହିଦ ଚୌଧୁରୀ କହିଛନ୍ତି।

ସ୍କୁଲ ଯାଉଥିବା ଛାତ୍ରଛାତ୍ରଙ୍କ ସଂଖ୍ୟା କମ୍ ରହିଛି। ସ୍କୁଲ ଯିବା ବେଳେ ଛାତ୍ରଛାତ୍ରୀ କିଭଳି କୌଣସି ଅସୁବିଧାରେ ନପଡ଼ିବେ ଏଥିପାଇଁ ପ୍ରଶାସନ ସମସ୍ତ ପ୍ରକାର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି। ପ୍ରତି ଛକରେ ସୁରକ୍ଷା ଦାୟିତ୍ୱରେ ଯବାନ ନିୟୋଜିତ ରହିଥିବା ଜଣାପଡ଼ିଛି। ଅଗଷ୍ଟ ୫ରେ ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ସମସ୍ତ ସ୍କୁଲ ଓ କଲେଜ ବନ୍ଦ ରହିଥିଲା। ସ୍ଥିତି ସ୍ୱାଭାବିକ୍ ହେବା ଦେଖି ୧୪୪ ଧାରାରେ କୋହଳ କରାଯାଉଛି।

ଘାଟିରେ ଥିବା କଲେଜ ଗୁଡ଼ିକର ପରୀକ୍ଷା ବାବଦରେ ମଧ୍ୟ ଖୁବଶୀଘ୍ର ନିଷ୍ପତ୍ତି ନିଆଯିବ ବୋଲି ଜଣାପଡ଼ିଛି। ଏଥିସହ ସ୍କୁଲ୍ ଓ କଲେଜ ଯେତେଦିନ ବନ୍ଦ ରହିଥିଲା ସେହି ସମୟରେ ହେବାକୁ ଥିବା ପାଠ ପଢ଼ା କିଭଳି ପୂରଣ ହେବ ତା ଉପରେ ମଧ୍ୟ ନିଷ୍ପତ୍ତି ନିଆଯିବ। ଦରକାର ପଡ଼ିଲେ ଏକ୍ସଟ୍ରା କ୍ଲାସ୍ ହେବ ବୋଲି ଜଣାପଡ଼ିଛି।

By amfnews

Related Post