Fri. Mar 6th, 2026

ଜମ୍ମୁ ଓ କଶ୍ମୀର: ସୋପୋର୍ ଏନ୍‌କାଉଣ୍ଟର୍‌ ଘଟଣାରେ ଦୁଇ ଆତଙ୍କବାଦୀ ନିହତ

334 Views

ଶ୍ରୀନଗର: ଆଜି ସକାଳେ ଜମ୍ମୁ ଓ କଶ୍ମୀରର ବାରମୂଳା ଜିଲ୍ଲା ଅନ୍ତର୍ଗତ ସୋପୋର୍‌ ଠାରେ ନିରାପତ୍ତା ବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ଚାଲିଥିବା ଏନ୍‌କାଉଣ୍ଟର୍‌ ଘଟଣାରେ ଦୁଇଜଣ ଆତଙ୍କବାଦୀ ନିହତ ହୋଇଛନ୍ତି।

ସୋପୋର୍‌ର ହର୍ଦଶିବ ଅଞ୍ଚଳରେ ଚାଲିଥିବା ଏହି ଏନ୍‌କାଉଣ୍ଟର୍‌ସ୍ଥଳରେ ଦୁଇତିନି ଜଣ ଆତଙ୍କବାଦୀଙ୍କ ନିରାପତ୍ତା ବଳଙ୍କ ଘେରାଉ ମଧ୍ୟରେ ରହିଥିବା ଅନୁମାନ କରାଯାଉଥିଲା।

Image Courtesy of India Today

ସେନାର ୨୨ଆର୍‌ଆର୍, ଜମ୍ମୁ ଓ କଶ୍ମୀର ପୁଲିସ ଏବଂ ସିଆର୍‌ପିଏଫ୍ର ମିଳିତ ଦଳ ଆତଙ୍କବାଦୀମାନଙ୍କୁ କାବୁ କରିବାକୁ ବୁଧବାର ରାତିରୁ ସମ୍ପୃକ୍ତ ସ୍ଥାନରେ କର୍ଡନ୍‌ ଆଣ୍ଡ୍ ସର୍ଚ ଅଭିଯାନ ଆରମ୍ଭ କରିଥିଲେ। ସେଠାରେ ଆତଙ୍କବାଦୀମାନେ ଉପସ୍ଥିତ ଥିବା କଥା ସେମାନଙ୍କୁ ବିଶ୍ବସ୍ତସୂତ୍ରରୁ ଖବର ମିଳିଥିଲା। ପ୍ରଥମେ ଆତ୍ମଗୋପନ କରିଥିବା ଆତଙ୍କବାଦୀମାନେ ନିରାପତ୍ତା ବଳଙ୍କ ଉପରକୁ ଗୁଳି ଚଳାଇବାରୁ ସେମାନେ ପାଲଟା ଗୁଳି ଚଳାଇଥିଲେ ବୋଲି ଜଣେ ପୁଲିସ ଅଧିକାରୀ କହିଛନ୍ତି।

ସତର୍କତାର ପଦକ୍ଷେପସ୍ବରୂପ ସେ ଅଞ୍ଚଳରେ ମୋବାଇଲ୍ ଇଣ୍ଟର୍‌ନେଟ୍ ସେବା କାଟି ଦିଆଯାଇଛି।

ଏଠାରେ ସ୍ମରଣ କରାଇ ଦିଆଯାଇ ପାରେ ଯେ, ୨୦୨୦ ବର୍ଷର ଏ ପର୍ଯ୍ୟନ୍ତ ଜମ୍ମୁ ଓ କଶ୍ମୀରରେ ୧୦୮ଜଣ ଆତଙ୍କବାଦୀଙ୍କୁ ନିପାତ କରାଯାଇ ସାରିଲାଣି।

 

By amfnews

Related Post