Sat. Mar 7th, 2026

ଜମ୍ମୁ ଓ କଶ୍ମୀର ସମ୍ବନ୍ଧୀୟ ଧାରା ୩୫-ଏ ଉପରେ ଶୁଣାଣି ଅଗଷ୍ଟ ୨୭ ତାରିଖକୁ ଘୁଞ୍ଚାଇଲେ ସୁପ୍ରିମ୍‌ କୋର୍ଟ

241 Views

ନୂଆଦିଲ୍ଲୀ: ସମ୍ବିଧାନର ଧାରା ୩୫-ଏ’ର ବୈଧ୍ୟତାକୁ ଚାଲେଞ୍ଜ୍‌ କରି ଦାଏର ହୋଇଥିବା ପିଟିସନ୍‌ର ଶୁଣାଣିକୁ ସୋମବାର ଦିନ ସୁପ୍ରିମ୍‌ କୋର୍ଟ ସ୍ଥଗିତ ରଖିଛନ୍ତି। ଏହି ଧାରା ଜମ୍ମୁ ଓ କଶ୍ମୀରର ବିଧାନସଭାକୁ  ରାଜ୍ୟର ସ୍ଥାୟୀ ବାସିନ୍ଦା ନିର୍ଦ୍ଧାରଣ କରି ସେମାନଙ୍କୁ ସ୍ୱତନ୍ତ୍ର ଅଧିକାର ଦେବାକୁ କ୍ଷମତା ଦେଇଛି।

ଅଗଷ୍ଟ ୨୭ ତାରିଖ ଦିଏ ଏହି ଆବେଦନର ରାୟ ଶୁଣାଇବାକୁ ଶୀର୍ଷ ଅଦାଲତ ଦିନ ଧାର୍ଯ୍ୟ କରିଛନ୍ତି।ତିନି ବିଚାରପତିବିଶିଷ୍ଟ ଖଣ୍ଡପୀଠରୁ ଜଣେ ବିଚାରପତି ଅନୁପସ୍ଥିତ ରହିବାରୁ ଶୁଣାଣି ସ୍ଥଗିତ କରାଯାଇଥିବା ପ୍ରକାଶ।

By amfnews

Related Post