Tue. Mar 10th, 2026

ଜମ୍ମୁ ଓ କଶ୍ମୀର: ବନ୍ଦିପୋରା ଏନ୍‌କାଉଣ୍ଟର୍‌ରେ ଦୁଇ ଆତଙ୍କବାଦୀ ନିହତ

169 Views

ଶ୍ରୀନଗର: ଜମ୍ମୁ ଓ କଶ୍ମୀରର ବନ୍ଦିପୋରା ଠାରେ ନିରାପତ୍ତା ବଳର ଯବାନମାନେ ଏନ୍‌କାଉଣ୍ଟର୍‌ ବେଳେ ଦୁଇଜଣ ଆତଙ୍କବାଦୀଙ୍କୁ ଗୁଳି କରି ମାରିଛନ୍ତି। ଗତକାଲି ଠାରୁ ଆତଙ୍କବାଦୀଙ୍କ ସହ ଏହି ଏନ୍‌କାଉଣ୍ଟର୍‌ ଚାଲିଛି। ଗତକାଲି ଜଣେ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଅନ୍ୟ ଜଣେ ଆଜି ସକାଳେ ନିହତ ହୋଇଛି।

ଗୁଳିବିନିମୟ ଚାଲିଥିବା ଲଡୁରା ଗ୍ରାମର ସେ ସ୍ଥାନରେ ତିନି ଜଣ ଆତଙ୍କବାଦୀ ଥିବା କଥା ବିଶ୍ୱାସ କରାଯାଉଛି। ତଲାସ ଅଭିଯାନ ବେଳେ ଆତଙ୍କବାଦୀମାନେ ଯବାନମାନଙ୍କ ଉପରକୁ ଗୁଳି ଚଳାଇବାରୁ ସେମାନେ ପାଲଟା ଗୁଳି ଚଳାଇଥିଲେ। ଭାରତୀୟ ସେନାର ଚିନାର-କର୍ପସ୍‌ର ଟୁଇଟର୍‌ ହ୍ୟାଣ୍ଡେଲ୍‌ ଟୁଇଟ୍‌ କରିଛି ଯେ ନିହତ ଆତଙ୍କବାଦୀଙ୍କ ନିକଟରୁ ବିପୁଳ ଅସ୍ତ୍ରଶସ୍ତ୍ର ଉଦ୍ଧାର କରାଯାଇଛି।

By amfnews

Related Post