Sun. Mar 8th, 2026

ଜମ୍ମୁ ଓ କଶ୍ମୀର: କୁଲ୍‌ଗାମ୍‌ରେ ନିରାପତ୍ତା ବଳଙ୍କ ସହ ଏନ୍‌କାଉଣ୍ଟର୍‌ ଯୋଗୁଁ ୪ ଆତଙ୍କବାଦୀ ନିହତ

215 Views

ଶ୍ରୀନଗର: କୁଲ୍‌ଗାମ୍‌ ଠାରେ ଆତଙ୍କବାଦୀ ଏବଂ ନିରାପତ୍ତା ବଳଙ୍କ ମଧ୍ୟରେ ଚାଲିଥିବା ଏନ୍‌କାଉଣ୍ଟର୍‌ରେ ଚାରି ଜଣ ଆତଙ୍କବାଦୀଙ୍କୁ ଗୁଳି ମାରି ହତ୍ୟା କରାଯାଇଛି। ଶୁକ୍ରବାର ବିଳମ୍ବିତ ରାତ୍ରୀରେ ଗୁଳି ବିନିମୟ ଆରମ୍ଭ ହୋଇଛି।

କାଜିଗନ୍ଦ ଅନ୍ତର୍ଗତ ଚୌଗାମ୍‌ ଅଞ୍ଚଳରେ ଆରମ୍ଭ ହୋଇଥିବା ଗୁଳିବିନିମୟ ବର୍ତ୍ତମାନ ମଧ୍ୟ ଚାଲୁ ରହିଛି। ଗୋଟାଏ ଘରେ ଛପି ରହିଥିବା ଆଉ ପାଞ୍ଚଜଣ ଆତଙ୍କବାଦୀଙ୍କୁ ନିରାପତ୍ତା ବଳ ଘେରି ରହିଛି।

ଜମ୍ମୁ ଓ କଶ୍ମୀର ବୋଲି କହିଛି ଯେ ବାରମୂଳା ଏବଂ କାଜିଗନ୍ଦ ମଧ୍ୟରେ ରେଳ ସେବା ସ୍ଥଗିତ ରହିଛି। ସମ୍ପୃକ୍ତ ଅଞ୍ଚଳରେ ଇଣ୍ଟର୍‌ନେଟ୍‌ ସେବା ମଧ୍ୟ ବନ୍ଦ ରଖାଯାଇଛି।

ଆତଙ୍କବାଦୀମାନେ ଲସ୍କର୍‌-ଏ-ତୈବା ଏବଂ ହିଜ୍‌ବୁଲ୍‌ ମୁଜାହିଦୀନ୍‌ ଗୋଷ୍ଠୀର ବୋଲି ଖବର ମିଳିଛି।

ସେନାର ୯ଆର୍‌ଆର୍‌ (ରାଷ୍ଟ୍ରୀୟ ରାଇଫଲ୍‌ସ୍‌) ଏବଂ ଜମ୍ମୁ ଓ କଶ୍ମୀର ପୁଲିସ ଏକତ୍ର ଏନ୍‌କାଉଣ୍ଟର୍‌ ଆରମ୍ଭ କରିଛି।

ଗୁରୁବାର ଓ ଶୁକ୍ରବାର ମଧ୍ୟରେ ନିରାପତ୍ତା ବଳ ଜମ୍ମୁ ଅଞ୍ଚଳର ରିଅସି ଠାରେ ତିନି ଜଣ ଆତଙ୍କବାଦୀଙ୍କୁ ବନ୍ଧୁକ ମାରି ହତ୍ୟା କରିଥିଲେ।

By amfnews

Related Post