61 Views
ନୂଆଦିଲ୍ଲୀ: ଆଜି ହେଉଛି ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କ ଜୟନ୍ତୀ । ସାରା ଦେଶରେ ଆଜିର ଦିନଟକୁ ଶିଶୁ ଦିବସଭାବେ ପାଳନ କରାଯାଉଛି । ଆଜି ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହରୁଙ୍କ ୧୩୦ତମ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ରାଜିଲ ଗସ୍ତରେ ଥିବା ହେତୁ ଟୁଇଟର ଯୋଗେ ସ୍ୱର୍ଗତ ଜବାହରଲାଲ ନେହରୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।
ସୂଚନାଯୋଗ୍ୟ, ଜବାହରଲାଲ ନେହରୁ ଉତ୍ତର ପ୍ରଦେଶର ପ୍ରୟାଗରାଜଠାରେ ଏକ ବ୍ରାହ୍ମଣ ପରିବାରରେ୧୮୮୯ ନଭେମ୍ବର ୧୪ରେ ଜନ୍ମ ଗ୍ରହଣ କରିଥିଲେ । ମୋତିଲାଲ ନେହରୁଙ୍କ ୪ଟି ସନ୍ତାନ ମଧ୍ୟରୁ ବଡ଼ ପୁଅ ଜବାହରଲାଲ ନେହରୁ ଥିଲେ । ସେ ୧୯୬୪ ମେ’ମାସ ୨୭ରେ ପରଲୋକ ଗମନ କରିଥିଲେ । ଜବାହରଲାଲ ନେହରୁ ଛୋଟ ଛୋଟ ଶିଶୁଙ୍କୁ ଭଲ ପାଉଥିବା କାରଣରୁ ତାଙ୍କର ଜୟନ୍ତୀକୁ ଶିଶୁ ଦିବସ ଭାବେ ପାଳନ କରାଯାଉଛି ।