Sun. Jan 26th, 2025

ଜବରଦଖଲ ଉଚ୍ଛେଦ ବେଳେ ପୁଲିସ ଅଧିକାରୀଙ୍କୁ ଅସଦାଚରଣ ଅଭିଯୋଗ

rklsanchar@gmail.com' By J.N. Pradhan Aug 29, 2018 #Featured
223 Views

ରାଉରକେଲା, ୨୯ା୮ : ରାଉରକେଲା ମହାନଗର ନିଗମ ପକ୍ଷରୁ ପୁରଣା ଟ୍ୟାକ୍ସି ଷ୍ଟାଣ୍ଡ ଅଞ୍ଚଳରେ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟାରେ ନିୟୋଜିତ ଜଣେ ପୁଲିସ ଅଧିକାରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ପ୍ଲାଣ୍ଟସାଇଟ୍ ପୁଲିସ ବିଜେଡି ଯୁବନେତା ପ୍ରକାଶ ପାଶ୍ୱାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ମାତ୍ର କୋର୍ଟରେ ଜାମିନ ନାକଚ ହୋଇ ଯିବାରୁ ସେ ଜେଲ ଯାଇଛି । ପୁରୁଣା ଟ୍ୟାକ୍ସି ଷ୍ଟାଣ୍ଡ ଅଞ୍ଚଳରେ ମହାନଗର ନିଗମ ପକ୍ଷରୁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଚାଲିଥିଲା ।

ଆଇନ ଶୃଙ୍ଖଳା ରକ୍ଷା ପାଇଁ ସେଠାରେ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା । ପୁଲିସ ସୂଚନା ଅନୁସାରେ ଜବରଦଖଲ ଉଚ୍ଛେଦକୁ ପ୍ରକିୟାକୁ ବିରୋଧ କରି ସେଠାରେ ପାଟିତୁଣ୍ଡର ସୂତ୍ରପାତ ହୋଇଥିଲା । ପୁୁଲିସ ପାଟିତୁଣ୍ଡ କରୁଥିବା ଲୋକଙ୍କୁ ବୁଝାଶୁଝା କରିବାକୁ ଉଦ୍ୟମ କରିଥିଲା । ମାତ୍ର ସେଠାରେ କାର୍ଯ୍ୟରତ ପୁଲିସ ଅଧିକାରୀ ମଧୁସ୍ମିତା ଶର୍ମାଙ୍କୁ ପାଟିତୁଣ୍ଡ କରୁଥିବା ଗୋଷ୍ଠୀ ଅସଦାଚରଣ ପ୍ରଦର୍ଶନ କରିଥିଲେ । ଏହି ଘଟଣାରେ ସମ୍ପୃକ୍ତ ବିଜେଡି ଯୁବନେତା ପ୍ରକାଶଙ୍କୁ ୩୦୭ ଓ ୩୫୪ ଦଫାରେ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । କୋର୍ଟରେ ଜାମିନ ନାକଚ ହୋଇଯିବାରୁ ପ୍ରକାଶ ଜେଲ ଯାଇଛନ୍ତି ।

Related Post