Sun. Mar 8th, 2026

ଜନ୍ମଦିନରେ ହତ୍ୟାର ଶିକାର ହେଲା ଯୁବତୀ

177 Views

ହାଇଦ୍ରାବାଦ: ନିଜର ୧୯ତମ ଜନ୍ମଦିନରେ ହତ୍ୟାର ଶିକାର ହୋଇଛି ତେଲେଙ୍ଗାନାର ହନମକୋଣ୍ଡା ସହରର ଜଣେ ଯୁବତୀ। ଜନ୍ମଦିନ ଥିବାରୁ ମନ୍ଦିରକୁ ପୂଜାର୍ଚ୍ଚନା କରିବାକୁ ଯାଇଥିଲେ ଯୁବତୀ ଜଣଙ୍କ। ଘରକୁ ଫେରିବା ବେଳେ ଯୁବତୀ ଜଣଙ୍କ ଦୁଷ୍କର୍ମର ଶିକାର ହେବା ସହ ହତ୍ୟାର ଶିକାର ହୋଇଥିଲେ ବୋଲି ଆଜି ପୁଲିସ କହିଛି।

ସୂଚନାଯୋଗ୍ୟ, ଜନ୍ମଦିନ ଥିବାରୁ ପରିବାର ଲୋକଙ୍କୁ କହି ଯୁବତୀ ଜଣଙ୍କ ବୁଧବାର ସକାଳେ ମନ୍ଦିରକୁ ଯାଇଥିଲେ ପୂଜାର୍ଚ୍ଚନା କରିବାକୁ। ତେବେ ଘରକୁ ଝିଅ ନଫେରିବା ପରେ ପରିବାର ଲୋକେ ବ୍ୟସ୍ତ ହୋଇପଡ଼ିଥିଲେ। ଏହାପରେ ଝିଅର ମୋବାଇଲ୍ ଫୋନ ବନ୍ଦ ରହିଥିବା ଦେଖାଇଥିଲା। ପରେ ବହୁ ଖୋଜାଖୋଜି କରିବା ପରେ ସନ୍ଧ୍ୟା ବେଳେ ଥାନାରେ ଏତଲା ଦେଇଥିଲେ ପରିବାର ଲୋକେ।

ବିଳମ୍ୱିତ ରାତିରେ ପୁଲିସ ତଦନ୍ତ କରି ସହର ଭିତରୁ ଯୁବତୀଙ୍କୁ ଉଦ୍ଧାର କରିଥିଲା। ସଙ୍ଗେସଙ୍ଗେ ଓ୍ୱାରଙ୍ଗଲରେ ଥିବା ଏମଜିଏମ ହସ୍ପିଟାଲକୁ ଯୁବତୀଙ୍କୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଯୁବତୀ ଜଣଙ୍କ ପ୍ରଥମେ ଦୁଷ୍କର୍ମ ପରେ ହତ୍ୟାର ଶିକାର ହୋଇଛନ୍ତି ବୋଲି ପୁଲିସ ସନ୍ଦେହ ପ୍ରକାଶ କରିଛି। ଅଧିକ ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର ପୁଲିସ ଟିମ୍ ଗଠନ ହୋଇଛି। ଯୁବତୀଙ୍କ ମୋବାଇଲ ଫୋନର କଲ୍ ରେକର୍ଡ ଏବଂ ସିସି ଟିଭି ଫୁଟେଜକୁ ଆଧାର କରି ପୁଲିସ୍ ଏବେ ତଦନ୍ତ ଚଳାଇଥିବା ସୂଚନା ରହିଛି।

By amfnews

Related Post