Wed. Mar 11th, 2026

ଜନ୍ମଦିନରେ ବିଜୁଙ୍କୁ ପ୍ରେମ୍ ଆନନ୍ଦଙ୍କ ଶ୍ରଦ୍ଧାଞ୍ଜଳି : ବହୁଚର୍ଚ୍ଚିତ ଫିଲ୍ମ ‘ବିଜୁ ବାବୁ’ର ଗୀତ ରେକର୍ଡିଂ କଲେ

422 Views

ଭୁବନେଶ୍ବର, ଜାନୁଆରୀ ୨୩  : ନିଜ ଜନ୍ମଦିନରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ଓଡ଼ିଶା ସ˚ଗୀତ ଜଗତର ସେନସେସନ ପ୍ରେମ୍ ଆନନ୍ଦ । ଆଜି ପ୍ରେମ୍ ଆନନ୍ଦଙ୍କ ଜନ୍ମଦିନ ଓ ଏହି ଅବସରରେ ସେ ବିଜୁ ପଟ୍ଟନାୟକଙ୍କ ଆଦର୍ଶ ଉପରେ ଆଧାରିତ ବହୁଚର୍ଚ୍ଚିତ ସିନେମା ‘ବିଜୁ ବାବୁ’ର ଗୀତ ରେକର୍ଡିଂ କରୁଛନ୍ତି। ଏହି ଚଳଚ୍ଚିତ୍ରର ସଂଗୀତ ନିର୍ଦ୍ଦେଶନା ପ୍ରେମ୍ ଆନନ୍ଦ ଦେଉଥିବା ବେଳେ ଗୀତ ରଚନା କରିଛନ୍ତି ସୁବ୍ରତ ସ୍ବାଇଁ।

ଖାଲି ‘ବିଜୁ ବାବୁ’ ନୁହେଁ,  ୬୦ରୁ ଅଧକ ଲୋକପ୍ରିୟ ସିନେମାରେ ସ˚ଗୀତ ନିର୍ଦ୍ଦେଶନା ଦେଇ ପ୍ରସିଦ୍ଧି ଅର୍ଜନ କରିଥିବା ପ୍ରେମ୍ ଆନନ୍ଦ ଓଡ଼ିଆ ସିନେମା ବ୍ୟତୀତ ମରାଠି ସିନେମା ‘ସର୍ଟ କର୍ଟ’, ହିନ୍ଦୀ ସିନେମା ‘ପ୍ଲାନ ବି’ ଭଳି ନାମୀଦାମୀ ସିନେମାରେ ସ˚ଗୀତ ନିର୍ଦ୍ଦେଶନା ଦେଇ ଜାତୀୟ ସ୍ତରରେ ବି ଚର୍ଚ୍ଚିତ ହୋଇଛନ୍ତି ।

ପୂର୍ବରୁ ତାଙ୍କର ଅଗସ୍ତ୍ୟ, ଅଭୟ, ବେବି, ଇସ୍କ ପୁଣି ଥରେ, କାବୁଲା ବାବୁଲା, ଅଜବ ସଞ୍ଜୁର ଗଜବ ଲଭ, ଲଭ୍ ପ୍ରମିଜ୍, ଗପ ହେଲେବି ସତ, ଗୋଟେ ଶୁଆ ଗୋଟେ ଶାରୀ, ତୁ ମୋ ଲଭ୍ ଷ୍ଟୋରି ଭଳି ୬୦ଟି ସିନେମାର ସ˚ଗୀତ ସୁପର ଡୁପର ହିଟ୍ ସାବ୍ୟସ୍ତ ହୋଇଛି ।

By amfnews

Related Post