Sat. Nov 23rd, 2024

ଜନ୍ମଦିନରେ ପ୍ରବାଦ ପୁରୁଷ ବିଜୁଙ୍କୁ ମନେପକାଇଲେ ପ୍ରଧାନମନ୍ତ୍ରୀ ମୋଦି; ଟୁଇଟ୍ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ

By amfnews Mar 5, 2019 #Featured
203 Views

ନୂଆଦିଲ୍ଲୀ: ଆଜି  ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୩ତମ ଜୟନ୍ତୀ। ଏହି ଅବସରରେ ବିଜୁବାବୁଙ୍କୁ ମନେ ପକାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ  ଟ୍ୱିଟ୍ କରି କହିଛନ୍ତି ବିଜୁଙ୍କ ବିକାଶମୂଳକ କାର୍ଯ୍ୟ ଆଜି ବି ପ୍ରେରଣା ଯୋଗାଉଛି । ଗରିବଙ୍କ ସଶକ୍ତିକରଣ ପାଇଁ ବିଜୁବାବୁ ଅନେକ ପଦକ୍ଷେପ ନେଇଥିଲେ।  ଲୋକଙ୍କ ସେବା ପାଇଁ ସେ ନିଜକୁ ଉତ୍ସର୍ଗ କରିଥିଲେ ।

Narendra Modi

@narendramodi

Remembering Biju Babu on his Jayanti. His noteworthy efforts for Odisha’s development continue to be cherished by generations. He undertook numerous measures for empowerment of the poor and marginalised during his long years in public service.

ସୂଚନାଯୋଗ୍ୟ ଆଜି ସମଗ୍ର ରାଜ୍ୟରେ ବିଶିଷ୍ଟ ଜନନାୟକ ଓ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ୧୦୩ତମ ଜୟନ୍ତୀ ପାଳନ କରାଯାଉଛି। ପଞ୍ଚାୟତରାଜ ଦିବସ ଭାବେ ଘୋଷିତ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ଆଜି ସକାଳ ୭ଟାରେ ଏକ ମିନି ମାରାଥନ୍ ଆୟୋଜନ କରାଯାଇଥିଲା। ସ୍ଥାନୀୟ ବିଜୁ ପଟ୍ଟନାୟକ ପାର୍କ (ଫରେଷ୍ଟ୍ ପାର୍କ) ଠାରୁ ଆରମ୍ଭ ହୋଇ ଏହି ଗଣଦୌଡ଼ କଳିଙ୍ଗ ଷ୍ଟାଡିୟମରେ ଶେଷ ହୋଇଥିଲା।
ରାଜ୍ୟର ବିଭିନ୍ନ ଜିଲ୍ଲା ସଦର ମହକୁମାମାନଙ୍କରେ ମଧ୍ୟ ମହାସମାରୋହରେ ବିଜୁ ପଟ୍ଟନାୟକ ଜୟନ୍ତୀ ପାଳନ କରାଯାଉଥିବାର ଖବର ଆସିଛି । ବିଜୁ ଜୟନ୍ତୀ ଅବସରରେ ୧. ୫୮ ଲକ୍ଷ ଟଙ୍କାର ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ମଧ୍ୟ ଘୋଷଣା କରାଯାଇଛି ।

By amfnews

Related Post