Thu. Dec 26th, 2024

ଜଣେ ମହିଳାଙ୍କୁ ଟୁଇଟର୍‌ରେ ଅପମାନିତ କରାଯାଇଥିବା ଦେଖି ନିଜ ଅକାଉଣ୍ଟ ହଟାଇ ଦେଲେ ଅଭିନେତା ଆୟୁଷ ଶର୍ମା

By amfnews Dec 15, 2018 #Featured
292 Views

ମୁମ୍ବାଇ, ଡିସେମ୍ବର ୧୫  :  ଚଳଚ୍ଚିତ୍ର ‘ଲଭ୍‌ୟାତ୍ରୀ’ ରିଲିଜ୍‌ ହେବା ପରେ ଅଭିନେତା ତଥା ସଲମାନ ଖାନ୍‌ଙ୍କ ଭିଣୋଇ ଆୟୁଷ ଶର୍ମା ଚର୍ଚ୍ଚାର ପରିସରକୁ ଆସିଥିଲେ । ଫିଲ୍ମଟି ବକ୍ସ ଅଫିସରେ ସଫଳ ହୋଇ ନଥିଲେ ମଧ୍ୟ ଆୟୁଷଙ୍କ ନୃତ୍ୟ ଶୈଳୀ ଏବଂ ଅଭିନୟ ଦର୍ଶକଙ୍କୁ ଖୁବ୍‌ ପସନ୍ଦ ଆସିଥିଲା । କିଛି ଦିନ ତଳେ ସଲମାନ ପୁଣି ଥରେ ଭିଣୋଇଙ୍କୁ ନେଇ ଦ୍ୱିତୀୟ ଫିଲ୍ମ ତିଆରି କରିବେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଥିଲା । ଏ ସବୁ ମଧ୍ୟରେ ଆଉ ଏକ କଥା ଦେଖିବାକୁ ମିଳିଛି। ଆୟୁଷ ନିଜର ଟୁଇଟର ଆକାଉଣ୍ଟକୁ ହଟାଇଥିବା କଥା ସାମ୍ନାକୁ ଆସିଛି । ହଟାଇବା ପୂର୍ବରୁ ସେ ଶେଷଥର ପାଇଁ ଏକ ଟୁଇଟ୍‌ କରିଛନ୍ତି, ଯାହା ଏବେ ଆଲୋଚନାର ବିଷୟ ସାଜିଛି।

ଯେଉଁଥିରେ ଲେଖାଯାଇଛି କି “କିଛି ଦିନ ତଳେ ମୁଁ ମୋର ଟୁଇଟରରେ ଥିବା ପ୍ରଶଂସକମାନଙ୍କ ସହ କଥା ହେଉଥିଲି। ଏ ମଧ୍ୟରେ ଏକ ଟୁଇଟ୍‌ରିଆନ୍‌ଙ୍କ ଉତ୍ତର ମୋ ସାମ୍ନାକୁ ଆସିଥିଲା । ଯେଉଁଥିରେ ଜଣେ ଯୁବତୀ ମୋତେ ନେଇ ଦେଇଥିବା ମତ ପାଇଁ ତାଙ୍କୁ ଗାଳି ଦିଆ ଯାଇଥିଲା । ଏହା ଗ୍ରହଣୀୟ ନୁହେଁ । ମୁଁ ଏହାକୁ ବିରୋଧ କରେ । ସମସ୍ତଙ୍କର ମତ ରଖିବାର ଅଧିକାର ଅଛି । କିନ୍ତୁ କାହାକୁ ଅସମ୍ମାନିତ କରି ନୁହେଁ । ସୋସିଆଲ ମିଡିଆରେ ଏଭଳି ଭାଷା ପ୍ରୟୋଗ କରିବା ପୂର୍ବରୁ ଥରେ ଚିନ୍ତା କରନ୍ତୁ । ଏ ସବୁକୁ ଦେଖି ମୁଁ ମୋର ଟୁଇଟର ଆକାଉଣ୍ଟକୁ ହଟାଇବା ପାଇଁ ନିଷ୍ପତି ନେଉଛି।’’ ଆୟୁଷଙ୍କର ହଠାତ୍‌ ଏଭଳି ନିଷ୍ପତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିବା ବେଳେ ଏଭଳି ନିଷ୍ପତି ନେବା ପଛର କାରଣ ତାଙ୍କୁ ପ୍ରଶଂସାର ପାତ୍ର ବନାଇଛି ।

By amfnews

Related Post