Thu. Dec 26th, 2024

ଜଜ ପାଣିରେ ବୁଡାଇଲେ ୱାଟର ଫ୍ରୁଫ ଫୋନ, ଖରାପ ହେବାରୁ ଲାଗିଲା ଜୋରିମାନା

By amfnews Oct 18, 2018 #Featured
136 Views

Khabar Odisha:judge-checks-water-proof-mobile-by-dipping-it-in-water-bowl-
ନୂଆଦିଲ୍ଲୀ, ଅକ୍ଟୋବର ୧୮: ହରିଆଣାର ଏକ ଗ୍ରାହକ ଅଦାଲତରେ ଏକ ମୋବାଇଲ କମ୍ପାନୀ ନିଜ ଫୋନକୁ ୱାଟର ପ୍ରୁଫ ବୋଲି କହିଲେ । କିନ୍ତୁ କମ୍ପାନୀର ଦାବି ସେତବେଳେ ମିଛ ବୋଲି ପ୍ରମାଣିତ ହେଲା ଯେତବେଳେ ଜର୍ଜ ଗୋଟିଏ ପାତ୍ରରେ ପାଣି ରଖି ସେଥିରେ ଫୋନକୁ ବୁଡାଇ ରଖିଥିଲା ଚେକ କରିଥିଲେ ।

ସୂଚନାଯୋଗ୍ୟ କି, ସାହିଲ  ଜସୱାଲ ନାମକ ଜଣେ ବ୍ୟକ୍ତି ୨୦୧୭ ମେ’୨ ରେ ଝାଜରର ଏକ ଦେକାନରୁ ୬୫ ହଜାର ୯୦୦ ଟଙ୍କାରେ ମୋବାଇଲ କିଣିଥିଲେ । ଗ୍ରାହାକ ଅଭିଯୋଗ କରିଛନ୍ତି କି କମ୍ପାନୀ ମିଛ ପ୍ରଚାର କରୁଛି କି, ତାଙ୍କ ମୋବାଇଲ ୱାଟର ପ୍ରୁଫ ଅଟେ । କିନ୍ତୁ ଫୋନ ୱାଟର ପ୍ରୁଫ ନୁହେଁ ।

କମ୍ପାନୀ ଠାରୁ କିଛି ସଠିକ ଉତର ନ ପାଇବାରୁ ଆଡଭୋକେଟ ରଜନୀଶ ପୀଡିତ ଗ୍ରାହାକଙ୍କ ତରଫରୁ ଉପଭୋକ୍ତା ଫୋରମରୁ କମ୍ପାନୀ ବିରୁଦ୍ଧରେ ପିଟିସନ ଦାୟର କରିଛନ୍ତି ।

ଏହି ମାମଲାର ବିଚାର ଚାଲିଥିବା ସମୟରେ ଉପଭୋକ୍ତା ଫୋରମର ଜଜ ମୋବାଇଲକୁ ପାଣିରେ ବୁଡାଇବାକୁ ଆଦେଶ ଦେଇଥିଲେ । କୋର୍ଟରେ ଏକ ପାତ୍ରରେ ପାଣି ଅଣାଯାଇ ତା ଭିତରେ ବୁଡାଇବାରୁ ତାହା ଖରାପ ହୋଇଗଲା ।

ଏହା ପରେ ଜଜ ମୋବାଇଲ କମ୍ପାନୀକୁ ଆଦେଶ ଦେଲେ କି ସେ ଗ୍ରାହାକଙ୍କ ଫୋନ ଠିକ କରିକି ଦିଅନ୍ତୁ କିମ୍ବା ସେହି ଫୋନ ବଦଳରେ ନୂଆ ଫୋନ ଦିଅନ୍ତୁ ଯାହାର ମୂଲ୍ୟ ୫୬ ହଜାର ୯୦୦ ଟଙ୍କ । ହୋଇଥିବ । ଖାଲି ଏତିକି ନୁହେଁ ଜଜ ଏହା ମଧ୍ୟ କହିଛନ୍ତି କି, ଏହି ବାବଦକୁ ଗ୍ରାହାକଙ୍କ ଖର୍ଚ୍ଚ ହୋଇଥିବା ୭୫୦୦ଟଙ୍କା ମଧ୍ୟ କମ୍ପାନୀ ଫେରସ୍ତ କରିବ ।

By amfnews

Related Post