Tue. Dec 24th, 2024

ଜଜ୍ ଲୋୟା ମୃତ୍ୟୁ ମାମଲା : ସର୍ବୋଚ୍ଚ ନ୍ୟାୟାଳୟ କହିଲେ ହେବନି ଏସ୍ଆଇଟି ଯାଞ୍ଚ, କେସ୍ ର ନାହିଁ କିଛି ଆଧାର

rout.subhashree22@gmail.com' By Subhashree Rout Apr 19, 2018 #Featured
328 Views

ସିବିଆଇର ସ୍ୱତନ୍ତ୍ର ବିଚାରପତି ବିଏଚ୍ ଲୋୟାଙ୍କ ମୃତ୍ୟୁ ମାମଲାର ନିଷ୍ପକ୍ଷ ଯାଞ୍ଚ ପାଇଁ ଦାଏର ହୋଇଥିବା ଯାଚିକା ଉପରେ ସୁପ୍ରିମକୋର୍ଟ ଶୁଣାଣୀ କରିଛନ୍ତି । ସୁପ୍ରିମକୋର୍ଟ ସ୍ପଷ୍ଟ ଭାବେ କହିଛନ୍ତି କି ଏହି ମାମଲାର କିଛି ଆଧାର ନାହିଁ ତେଣୁ କୌଣସି ପ୍ରକାର ଯାଞ୍ଚ ହେବନାହିଁ । ଏହାସହ ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି କି ଚାରି ବିଚାରପତିଙ୍କ ବୟାନକୁ ସନ୍ଦେହ କରିବାର କୌଣସି କାରଣ ନାହିଁ । କୋର୍ଟ କହିଛନ୍ତି କି ଏହି ମାମଲା ଜରିଆରେ ନ୍ୟାୟପାଳିକାକୁ ବଦନାମ କରାଯିବାକୁ ଚେଷ୍ଟା କରାଯାଉଛି । କଂଗ୍ରେସ ନେତା ତହସୀନ ପୁନାବାଲା, ସାମ୍ବାଦିକ ବିଏସ୍ ଲୋନେ, ବମ୍ବେ ଲୟର୍ସ ଆସୋସିଏସନ ସହିତ ଅନ୍ୟ ବହୁ ପକ୍ଷଙ୍କୁ ତରଫରୁ ଲୋୟା ମୃତ୍ୟୁ ମାମଲାର ନିଷ୍ପକ୍ଷ ଯାଞ୍ଚ ପାଇଁ ଯାଚିକା ଦାୟର ହୋଇଥିଲା । ଏହି ଯାଚିକା ଉପରେ ମୁଖ୍ୟ ବିଚାରପତି ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ତିନି ବିଚାରପତିଙ୍କ ଖଣ୍ଡପୀଠ ନିଷ୍ପତ୍ତି ଶୁଣାଇଥିଲେ ।

Related Post