Sun. Mar 8th, 2026

ଜଙ୍ଗଲ ଭିତରୁ ମିଳିଲା ଯୁବତୀଙ୍କ ଅର୍ଦ୍ଧ ଉଲଗ୍ନ ମୃତଦେହ

230 Views

ରାଇରଙ୍ଗପୁର : ଜଙ୍ଗଲରୁ ମିଳିଲା ଯୁବତୀଙ୍କ ଅର୍ଦ୍ଧ ଉଲଗ୍ନ ମୃତଦେହ। ଦୁଷ୍କର୍ମ ପରେ ଯୁବତୀଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଆଜି ଏପରି ଅଭିଯୋଗ ଆସିଛି ମୟୂରଭଞ୍ଜ ଜିଲ୍ଲା ଗୋରୁମହିଷାଣୀ ସରଗଢ଼ା ସଂରକ୍ଷିତ ଜଙ୍ଗଲରୁ। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ମାତ୍ର ଏପର୍ଯ୍ୟନ୍ତ ମୃତ ଯୁବତୀଙ୍କ ପରିଚୟ ମିଳିପାରିନି।

ଆଜି ବନ ବିଭାଗର କିଛି କମଚାରୀ ସରଗଢ଼ା ସଂରକ୍ଷିତ ଜଙ୍ଗଲକୁ ଯାଇଥିଲେ। ଏହି ସମୟରେ ଜଣେ ଯୁବତୀଙ୍କ ଗଳିତ ମୃତଦେହ ଦେଖିବାକୁ ପାଇଥିଲେ। ପରେ ଗୋରୁମହିଷାଣୀ ଥାନାକୁ ଖବର ଦେଇଥିଲେ। ପୁଲିସ ମତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଆସନ୍ତାକାଲି ସାଇଣ୍ଟିଫିକ୍‌ ଟିମ୍‌ ତଦନ୍ତ ପାଇଁ ଘଟଣା ସ୍ଥଳକୁ ଯିବ। ତେବେ ପାରିପାର୍ଶ୍ୱିକ ସ୍ଥିତିରୁ ତାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଆଶଙ୍କା କରାଯାଉଛି।

By amfnews

Related Post