Sat. Mar 7th, 2026

ଜଙ୍ଗଲ ଭିତରୁ ଅଜଣା ଲୋକର ଝୁଲନ୍ତା ଶବ ଉଦ୍ଧାର

259 Views

ନବରଙ୍ଗପୁର:ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ କୋଇଲାରି ପଞ୍ଚାୟତର ସରାଗୁଡ଼ା ଗାଆଁରେ ସନ୍ଦେହଜନକ ଅବସ୍ଥାରେ ଅଜଣା ଲୋକର ଶବ ଉଦ୍ଧାର କରାଯାଇଛି। ତା’ର ବୟସ ୪୫ ପାଖାପାଖି ହେବ ବୋଲି ଅନୁମାନ କରାଯାଉଛି। ଜଙ୍ଗଲ ଭିତରେ ଗଛରେ ଝୁଲିଥିବା ଅବସ୍ଥାରେ ଯୁବକର ମୃତଦେହ ଠାବ କରାଯାଇଛି। ଗଛ ନିକଟରେ ଏକ ସ୍କୁଟି ମଧ୍ୟ ଥିବାର ଦେଖିବାକୁ ମିଳିଛି। ଗଛ ପାଖରେ ଏକ ମଦ ବୋତଲ ଥିବାର ଗାଆଁ ଳୋକ ଦେଖିବାକୁ ପାଇଛନ୍

ଆଜି ସକାଳ ୮ଟା ବେଳେ ଗ୍ରାମବାସୀମାନେ ଏହି ଘଟଣା ଦେଖିବା ଡାବୁଗାଁ ଥାନାକୁ ଖବର ଦେଇଥିଲେ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ତେବେ ସେହି ଲୋକଟି ଏହି ଜଙ୍ଗଲକୁ କେତେବେଳେ ଆସିଥିଲା ଏବଂ କାହିଁକି ଆତ୍ମହତ୍ୟା କରିଥିଲା ତାକୁ ନେଇ ଲୋକଙ୍କ ମନରେ ଆଶଙ୍କା ଦେଖା ଦେଇଛି। ଏଣେ ଏହା ହତ୍ୟା ନା ଆତ୍ମହତ୍ୟା ତାକୁନେଇ ବି ପ୍ରଶ୍ନ ଉଠିଛି।ତଦନ୍ତପରେ ଏହାର ସତ୍ୟାସତ୍ୟ ସାମ୍ନାକୁ ଆସିବ ବୋଲି ପୁଲିସ କହିିଛି।

By amfnews

Related Post