Sat. Mar 7th, 2026
661 Views

ଉମରକୋଟ, ଡିସେମ୍ବର ୧୩: ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ଅନ୍ତର୍ଗତ କାରାଗାଁ ପଞ୍ଚାୟତର ମାଣ୍ଡିଆଗୁଡା ଗ୍ରାମ ନିକଟସ୍ଥ ଜଙ୍ଗଲରୁ ଏକ ମୃତ ଭାଲୁ ଉଦ୍ଧାର ହୋଇଛି। ସୂଚନା ଅନୁଯାୟୀ, ଆଜି ସକାଳେ ମାଣ୍ଡିଆଗୁଡା ଗ୍ରାମର କିଛି ଲୋକ ଗାଁ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ। ଜଙ୍ଗଲ ଭିତରେ ଏକ ମୃତ ଭାଲୁ ପଡିଥିବା ଦେଖି ଉମରକୋଟ ବନ ବିଭାଗକୁ ଖବର ଦେଇଥିଲେ।

ପରେ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମୃତ ଭାଲୁଟିକୁ ଉଦ୍ଧାର କରି କାର୍ଯ୍ୟାଳୟକୁ ନେଇଥିଲେ। ଅନ୍ୟପଟେ ମୃତ ଭାଲୁଟିକୁ ଦେଖିବା ପାଇଁ ବନ ବିଭାଗ କାର୍ଯ୍ୟାଳୟରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା। ଭାଲୁର ଶରୀରରେ କୌଣସି କ୍ଷତ ଚିହ୍ନ ନଥିବା ବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ଭାଲୁଟିର ମୃତ୍ୟୁର କାରଣ ଜଣା ପଡିବ ବୋଲି ରେଂଜର ପୂର୍ଣ୍ଣଚନ୍ଦ୍ର ନାୟକ ସୂଚନା ଦେଇଛନ୍ତି। ପ୍ରକାଶ ଥାଉକି, ପ୍ରାୟ ୧୫ଦିନ ତଳେ ମାଣ୍ଡିଆଗୁଡା ଗ୍ରାମରେ ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା।

By amfnews

Related Post