Sun. Jun 8th, 2025

ଛୋଟ ଡ୍ରେସ୍‌ପିନ୍ଧା ମହିଳାଙ୍କୁ ବିମାନ ଯାତ୍ରା ମନା!

By amfnews Aug 30, 2018 #Featured
253 Views

ଆଜିକାଲିର ଅନେକ ସ୍ମାର୍ଟ ଯୁବତୀ ଛୋଟ ଛୋଟ କପଡ଼ା ପିନ୍ଧିବାକୁ ଭଲ ପାଉଛନ୍ତି। ସେମାନେ ସ୍ଲିଭଲେସ ଟପ୍‌ ବି ପିନ୍ଧିବାକୁ ପସନ୍ଦ କରୁଛନ୍ତି। ବିମାନ ଯାତ୍ରା ସମୟରେ ବି ଏଭଳି ପୋଷାକ ପିନ୍ଧିଥିବା ମହିଳାଙ୍କ ସଂଖ୍ୟା କିଛି କମ୍‌ ନୁହେଁ।

ହେଲେ ଆପଣ ଜାଣନ୍ତି କି ଛୋଟ ଛୋଟ ଡ୍ରେସ୍‌ ପିନ୍ଧିଥିବା ମହିଳାଙ୍କୁ ଏକ ଏୟାର୍‌ ଲାଇନ୍‌ସରେ ବିମାନ ଯାତ୍ରା କରିବାକୁ ବାରଣ କରାଯାଇଛି।

ହଁ,ଏହା ହେଉଛି ସାଉଦି ଆରବର ଏକ ଏୟାର ଲାଇନ୍‌ସ।ଏହି ବିମାନ କଂପାନି ପକ୍ଷରୁ ଛୋଟ ପୋଷାକ ଓ ସ୍ଲିଭଲେସ ପୋଷାକ ପିନ୍ଧିଥିବା ମହିଳାଙ୍କୁ ବିମାନ ଭିତରେ ପ୍ରବେଶ କରାଇ ନ ଦେବାକୁ ନିଷ୍ପତ୍ତି ନେଇଛି।ଏପରିକି ସେଭଳି ମହିଳାଙ୍କର ଏୟାର ଟିକେଟ୍‌ ମଧ୍ୟ ରଦ୍ଦ କରାଯାଇପାରେ। ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଉଛି ଯେ,ଏହି ଏୟାର ଲାଇନ୍‌ସ କେବଳ ବିଦେଶୀ ଯାତ୍ରୀମାନଙ୍କ ପାଇଁ ଏହି ନିୟମ ଲାଗୁ କରିଛି।

ସାଉଦି ଆରବରେ ମହିଳାମାନଙ୍କ ପରିଧାନକୁ ନେଇ କଠୋର ନିୟମ ରହିଛି। ସେଠାରେ ମହିଳାମାନେ ନିଜର ମୁହଁ ଓ ଶରୀରକୁ ଢ଼ାଙ୍କି ରଖିଥା’ନ୍ତି।

By amfnews

Related Post