Thu. Dec 26th, 2024

ଛେଣ୍ଡ ବିଏସ୍ଏନ୍ଏଲ୍ ଛକରେ ଅଟୋ ଚାଳକଙ୍କ ବେପରୁଆ ମନୋଭାବ ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ

By amfnews Oct 14, 2018 #Featured
113 Views

ରାଉରକେଲା, ୧୩ା୧୦  : ଛେଣ୍ଡ କଳିଙ୍ଗ ବିହାର ଛକରେ ଅଟୋ ଚାଳକଙ୍କ ବେପରୁଆ ମନୋଭାବ ନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ସମ୍ପ୍ରତି ଛେଣ୍ଡ ସାରା ବର୍ତ୍ତମାନ ଚାଲିଛି ସ୍ୱେରେଜ୍ ବୋର୍ଡ କାର୍ଯ୍ୟ । ତେଣୁ ସମସ୍ତ ଗଳିକନ୍ଦିରେ ବୋର୍ଡ ପକ୍ଷରୁ ଖୋଳାଖୋଲି କରାଯାଇ କାର୍ଯ୍ୟ କରାଯାଉଛି । ଏଭଳିକି ରାତିରେ ମଧ୍ୟ ଏହି କାର୍ଯ୍ୟ ଚାଲିଛି । ତେଣୁ ଦିନବେଳେ ଛେଣ୍ଡ ମୁଖ୍ୟ ରାସ୍ତାଟି ଦିନ ତମାମ ଗହଳି ଲାଗିରହୁଛି । ଏଥିସହିତ ରିମ୍ସ କଲେଜରେ ଛାତ୍ରଛାତ୍ରୀଙ୍କ ଭିଡ ମଧ୍ୟ ଦେଖିବାକୁ ମିଳୁଛି ।

ଏଭଳି ପରିସ୍ଥିତିରେ ଅଟୋ ଚାଳକ ସଚେତନ ହୋଇ ଅଟୋ ଚାଳନା କରିବା ପରିବର୍ତ୍ତେ ଅଟୋ ଗୋଟିଏ ଦିଗରେ ଚଳାଉଥିବା ବେଳେ ଅପର ଦିଗକୁ ଚାହିଁ ଅଟୋ ଚାଳନା କରୁଛନ୍ତି । ଫଳରେ ପଥଚାରୀମାନେ ମୁହାଁମୁହିଁ ପରିସ୍ଥିତିରେ ପଡୁଛନ୍ତି । କେତେକାଂଶରେ ଛୋଟ ବଡ ଦୁର୍ଘଟଣାର ଶିକାର ମଧ୍ୟ ହେଉଛନ୍ତି । ଏହି ଅଟୋ ଚାଳକ ଛୋଟ ଛୋଟ ପିଲାମାନଙ୍କୁ ସ୍କୁଲ ନେବା ଆଣିବା କରିବା ସହ ନିଜ ନିଜ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଦେଖିବାକୁ ମିଳୁଛି ।

ଦିନବେଳେ ରିମ୍ସ କଲେଜ ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ଗହଳି ଲାଗିରହୁଥିବା ବେଳେ ଦୂରଦୂରାନ୍ତରୁ ଆସୁଥିବା ଛାତ୍ରଛାତ୍ରୀଙ୍କୁ ନେବା ପାଇଁ ଏମାନେ ସମସ୍ତ ନୀତି ନିୟମକୁ ଜଳାଞ୍ଜଳି ଦେଇ ନିଜ ନିଜ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ଫଳରେ ସେଠାରେ ଟ୍ରାଫିକ୍ ସମସ୍ୟା ଭଳି ଗୁରୁତ୍ୱ ସମସ୍ୟା ସୃଷ୍ଟି ହେଉଛି । ଏହାଦ୍ୱାରା ସାଧାରଣ ପଥଚାରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଶେଷ କରି ବୟୋଜ୍ୟେଷ୍ଠମାନେ ଏହି ସମସ୍ୟାରେ ପଡୁଥିବା ନଜରକୁ ଆସୁଛି ।

ଅଟୋ ଚାଳକମାନେ ବେପରୁଆ ଭାବେ ଅଟୋ ଚାଳନା କରୁଥିବାରୁ ଏହାକୁ ନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ତେଣୁ ଏ ଦିଗରେ ଜିଲା ପ୍ରଶାସନ ଓ ଆଞ୍ଚଳିକ ପରିବହନ ପକ୍ଷରୁ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି  ।

By amfnews

Related Post