Sat. Mar 7th, 2026

ଛୁରି ଦେଖାଇ ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣା: ଆଜି ଘଟଣାସ୍ଥଳକୁ ଯିବେ ମହିଳା କମିଶନ ଅଧ୍ୟକ୍ଷା

171 Views

ଧର୍ମଗଡ଼ : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ଛୁରି ଦେଖାଇ ଗଣଦୁଷ୍କର୍ମ ଘଟଣାର ଅନୁଧ୍ୟାନ କରିବାକୁ  ଆଜି ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରା ଘଟଣାସ୍ଥଳକୁ ଯିବେ। ଜୁନାଗଡ଼-ଭବାନୀପାଟଣାର ୨୬ ନମ୍ବର ଜାତୀୟ ରାଜପଥ କଡ଼ ଜାରିଙ୍ଗ ଜଙ୍ଗଲରେ ଏହି ଘଟଣା ଘଟିଥିବା ପୀଡ଼ିତା ଗତକାଲି ଥାନାରେ ଏତଲା ଦେଇଥିଲେ।

ଗତ ୧୪ ତାରିଖରେ ଏହି ଘଟଣା ଘଟିଥିବା ପୀଡ଼ିତା କହିଛନ୍ତି। ସେ ଭବାନୀପାଟଣାରୁ ନିଜ ଘରକୁ ଜଣଙ୍କ ସହ ଫେରୁଥିବାବେଳେ ଜାରିଙ୍ଗ ଜଙ୍ଗଲ ଭିତରେ ୫ରୁ ୬ ଜଣ ଯୁବକ ତାଙ୍କୁ ଛରି ଦେଖାଇ ଜଙ୍ଗଲ ଭିତରକୁ ନେଇଯାଇଥିଲେ। ଏହାପରେ ସେମାନେ ଗଣଦୁଷ୍କର୍ମ କରିଥିବା ଯୁବତୀଜଣକ ଅଭିଯୋଗ କରିଛନ୍ତି।

ଅନ୍ୟପକ୍ଷରେ ଯୁବତୀ ଓ ତାଙ୍କ ସହ ଥିବା ଜଣେ ବ୍ୟକ୍ତିଙ୍କୁ  ଛୁରି ଦେଖାଇ ଗଣଦୁଷ୍କର୍ମ କରିବାର ଲୋମଟାଙ୍କୁରା ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍ ହୋଇଛି। ଏହାପରେ ମହିଳା କମିଶନ ଅଧ୍ୟକ୍ଷା ଘଟଣାକୁ ଗୁରୁତର ସହ ନେଇଛନ୍ତି।

By amfnews

Related Post